ନିର୍ବାଚନ ଫଳାଫଳ ଦେଖି ମତଗଣନା କେନ୍ଦ୍ରରେ କଂଗ୍ରେସ ନେତାଙ୍କ ହୃଦଘାତ ! ଡାକ୍ତରଖାନାରେ ମୃତ୍ୟୁ

1,163

ମଧ୍ୟପ୍ରଦେଶ ସିହୋରର ମତଗଣନା କେନ୍ଦ୍ରରେ ସିହୋର ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ରତନ୍ ସିଂହ ଠାକୁରଙ୍କ ହାର୍ଟ ଆଟାକ୍ ରେ ମୃତ୍ୟୁ ହୋଇଯାଇଛି । ସୁଚନାନୁସାରେ ରତନ୍ ସିଂହ ଠାକୁର ମତଗଣନା କେନ୍ଦ୍ରରେ ନିଜ ସମର୍ଥକଙ୍କ ସହ ଭୋଟ୍ ଗଣତି ଦେଖିବାକୁ ପହଂଚିଥିଲେ କିନ୍ତୁ ଅଚାନକ ସେ ଚେତାଶୂନ୍ୟ ହୋଇଗଲେ । ତକ୍ରାଳ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ଚାଲିଯାଇଥିଲା ।

ତେବେ ଲୋକସଭା ନିର୍ବାଚନ ୨୦୧୯ ର ଭୋଟ୍ ଗଣତି ଚାଲିଥିବା ବେଳେ ବିଜେପି ବାଜିମାତ୍ କରିବାର ଦେଖାଯାଉଛି । ମଧ୍ୟପ୍ରଦେଶରେ ମଧ୍ୟ ବିଜେପିର ପଲ୍ଲା ଭାରି ରହିଛି । କଂଗ୍ରେସର ବଡ ବଡ ନେତାଙ୍କୁ ବିଫଳତା ମିଳୁଥିବାର ଜଳଜଳ ହୋଇ ଦେଖାଯାଉଛି । ତେବେ ଫଳାଫଳ କାରଣରୁ ରତନ୍ ସିଂହ ଠାକୁରଙ୍କ ହୃଦଘାତ ହୋଇଥିବାର ଆଶଙ୍କା କରାଯାଉଛି ।