କନକ ବ୍ୟୁରୋ: ନିର୍ବାଚନ ଆସିଲେ ଜନତାଙ୍କୁ ନେତା ଦିଅନ୍ତି ଅନେକ ପ୍ରତିଶ୍ରୁତି । ଆମ ଦେଶର ରାଜନୀତିରେ ଏହା କିଛି ନୂଆ ନୁହେଁ । ଆଗକୁ ଲୋକସଭା ନିର୍ବାଚନ । ଏହାପୂର୍ବରୁ ଅର୍ଥାତ ଏବେ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି । ଏହି ସମୟରେ କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କୁ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି । ଦୁଇଟି ଚିତ୍ର ଆମେ ଆପଣଙ୍କ ସାମ୍ନାରେ ରଖୁଛୁ । ଗୋଟିଏ ଛତିଶଗଡର ଚାଷ ଜମିରେ । ଅନ୍ୟଟି କେଦାରନାଥରେ ମୌନି ବାବାଙ୍କ ନିକଟରେ । ଛତିଶଗଡରେ ନିର୍ବାଚନ ଚାଲିଛି । କିଛି ଦିନ ପୂର୍ବରୁ ରାହୁଲ ଗାନ୍ଧୀ କଠିଆ ନାମକ ଏକ ଗାଁକୁ ଯାଇଥିଲେ । ଯେଉଁଠି ଚାଷୀ ଜମିରେ ଚାଷ ଅମଳ କରୁଥିଲେ । ରାହୁଲ ଗାନ୍ଧୀ ମଧ୍ୟ ସିଧା ଚାଷ ଜମିକୁ ଯାଇଥିଲେ । ଆଉ ଧାନ କିପରି କଟାଯାଉଛି ଦେଖିଥିଲେ । ବିଲରେ ଚାଷୀଙ୍କ ସହ ଥିବା ବେଳେ ନିଜେ ମଧ୍ୟ ମୁଣ୍ଡରେ ଠେକା ଭିଡିଥିଲେ । ଏହି ସମୟରେ ଛତିଶଗଡର ବାଘେଲ ସରକାର ସମୟରେ ଚାଷୀ ଉପକୃତ ହୋଇଥିବା କଥା କହିଥିଲେ । ଫସଲର ସଂପୂର୍ଣ୍ଣ ମୂଲ୍ୟ ଏବଂ ଆର୍ଥିକ ସହାୟତା ସେମାନଙ୍କ ଜୀବନରେ ପରିବର୍ତନ ଆଣିଛି ବୋଲି ଚାଷୀ କହିଥିଲେ ବୋଲି ଜଣାପଡିଛି ।/kanak/media/post_attachments/wp-content/uploads/2023/11/rahul-2-1024x650.jpg)
ସେହିପରି ଅନ୍ୟଟି ହେଉଛି କେଦାରନାଥର ମୌନି ବାବାଙ୍କର । ମୌନୀ ବାବା ଦୀର୍ଘ ୧୧ ବର୍ଷ ହେବ ମୌନୀ ରହିଛନ୍ତି । ରାହୁଲ ଗାନ୍ଧୀ ବେକରେ ମାଳ ଓ ମଥାରେ ଚନ୍ଦନ ଲଗାଇ ବାବାଙ୍କ ନିକଟରେ ବସିଛନ୍ତି । ଏହି ସମୟରେ ମୋବାଇଲ ଖୋଲି ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ ଦେଖାଉଛନ୍ତି । ମୌନୀ ବାବା ଏହାପରେ ଆଶୀର୍ବାଦ ଦେଉଛନ୍ତି । ଆଗକୁ ସାଧାରଣ ନିର୍ବାଚନ ରହିଛି । ବିଜେପି ହିନ୍ଦୁ ଭୋଟରଙ୍କୁ ପୁଞ୍ଜି କରିଥିବା ବେଳେ କଂଗ୍ରେସ ମଧ୍ୟ ହିନ୍ଦୁ ଭୋଟରଙ୍କୁ ନିଜ ଆଡକୁ ନେବାକୁ ଜୋରଦାର ପ୍ରୟାସ କରୁଛି । ଏହି ସମୟରେ ରାହୁଲ ଗାନ୍ଧୀଙ୍କ ବାବାଙ୍କ ସହ ଭେଟଘାଟ ଭିନ୍ନ ଚର୍ଚ୍ଚା ବଢାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/rahul.jpg)