ଟ୍ରାକ୍ଟର ଚଲାଇ ସଂସଦ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । କୃଷି ଆଇନକୁ ବିରୋଧ କରି ଲଗାତର ବିରୋଧ ପ୍ରଦର୍ଶନ କରୁଛନ୍ତି ଚାଷୀ

144

କନକ ବ୍ୟୁରୋ: ଟ୍ରାକ୍ଟରରେ ସଂସଦ ଗଲେ ରାହୁଲ ଗାନ୍ଧି । ନିଜେ ଟ୍ରାକ୍ଟର ଚଲାଇ ସଂସଦକୁ ଯାଇଛନ୍ତି ରାହୁଲ ଗାନ୍ଧିି । କୃଷି ଆଇନକୁ ବିରୋଧ କରି ଲଗାତର ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହାରି ଭିତରେ କୃଷକଙ୍କୁ ସମର୍ଥନ କରି ରାହୁଲ ଗାନ୍ଧି ଟ୍ରାକ୍ଟରରେ ଯାଇଥିଲେ । ରାହୁଲ କହିଛନ୍ତି, ଏହି ଆଇନ କୃଷକଙ୍କ ଅଧିକାର ଛଡାଇ ନେଉଛନ୍ତି ସରକାର । କୃଷକଙ୍କ କଥା ଶୁଣାଯାଉନାହିଁ । ଏହି ଆଇନ ଉଦ୍ୟୋଗପତିଙ୍କୁ ଫାଇଦା ଦେଉଛି ।

ଏପରି କଳା ଆଇନକୁ ପ୍ରତ୍ୟାହାର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ରାହୁଲ ଗାନ୍ଧି । ରାହୁଲଙ୍କ ଟ୍ରାକ୍ଟରରେ ରଣଦୀପ ସୁରଜେବାଲା, ଦୀପେନ୍ଦ୍ର ହୁଡ୍ଡା, ସମେତ ଅନ୍ୟ କଂଗ୍ରେସ ନେତା ଥିଲେ । କୃଷି ଆଇନ୍କୁ ବିରୋଧ କରି ସଂସଦରେ ବିରୋଧୀ ହଙ୍ଗାମା କରିଛନ୍ତି । ବିରୋଧୀଙ୍କ ହଟଗୋଳ ଯୋଗୁଁ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଲୋକସଭା ଦିନ ୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିବା ବେଳେ ରାଜ୍ୟସଭାକୁ ମଧ୍ୟ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି ।