କନକ ବ୍ୟୁରୋ : ‘କଂଗ୍ରେସ ଅମଳରେ ୨ଟି ସିଲିଣ୍ଡରରର ମୂଲ୍ୟରେ ଆଜି ମିଳୁଛି ଗୋଟିଏ ସିଲିଣ୍ଡର’ ସବସିଡି ମିଳୁଛି ଜିରୋ । କିଛି ଏଭଳି କହି କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରବିବାର ରାହୁଲ ଟୁଇଟ କରିଛନ୍ତି । ଏଥିରେ ସେ ସିଲିଣ୍ଡର ଦରର ତୁଳନା କରିଛନ୍ତି । ୨୦୧୪ ମସିହା ଯାଏ କଂଗ୍ରେସ ଶାସନ ଥିବା ବେଳେ ଏଲପିଜି ସିଲିଣ୍ଡର ଦର ୮୨୭ ଟଙ୍କାର ସବସିଡି ସହ ୪୧୦ ଟଙ୍କା ଥିଲା । ବର୍ତ୍ତମାନର ବିଜେପି ସରକାରରେ ଦର ୯୯୯ ଟଙ୍କା ଥିବା ବେଳେ ସବସିଡି ଶୂନ ରହିଛି । ଦିନକୁ ଦିନ ଘରୋଇ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ହେଉଥିବା ବେଳେ ରାହୁଲ ଏହାକୁ ନେଇ ବର୍ଷିଛନ୍ତି ।
ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ କଂଗ୍ରେସ ସରକାର ହିଁ ଗରିବ ତଥା ମଧ୍ୟବିତ୍ତ ପରିବାରଙ୍କ ଭଲ ପାଇଁ କାମ କରିଆସୁଛି । ରାହୁଲଙ୍କ ଟୁଇଟରେ କଂଗ୍ରେସ ସରକାର ବେଳେ ଦର କେତେ ଥିଲା ଆଉ କେତେ ସବସିଡି ମିଳୁଥିବା କଥା ସ୍ପଷ୍ଟ ରହିଥିବା ବେଳେ ବିଜେପି ସରକାର ବେଳେ କେତେ ରହିଛି ତାକୁ ଉଲ୍ଲେଖ କରିଛନ୍ତି । କଂଗ୍ରେସ ଅମଳରେ ୨ଟି ସିଲିଣ୍ଡରେ ଯେଉଁ ଦାମରେ ମିଳୁଥିଲା ଆଜି ସେହି ଦରରେ ଗୋଟିଏ ସିଲିଣ୍ଡର ମିଳୁଛି । ଯାହା ସବୁଠାରୁ ଚିନ୍ତାର ବିଷୟ ।
ଶନିବାର ଦେଶରେ ତୈଳ କମ୍ପାନୀ ଘରୋଇ ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସିଲିଣ୍ଡର ଦର ୯୯୯ ଟଙ୍କା ୫୦ ପଇସାରେ ମିଳୁଛି । ଗତ ମାର୍ଚ୍ଚ ମାସରେ ସିଲିଣ୍ଡର ଦାମ ୫୦ ଟଙ୍କା ବୃଦ୍ଧି ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/05/rahul.jpg)