ଆଗାମୀ ବିଧାନସଭା ନିର୍ବାଚନ ପ୍ରଚାର ଅଭିଯାନରେ କେରଳର କୋଲାମ୍ ଜିଲ୍ଲା ଗସ୍ତରେ ଯାଇ ବୁଧବାର ଦିନ କଂଗ୍ରେସ ନେତା ରାହୁଳ ଗାନ୍ଧୀ ତାଙ୍ଗାସେରି ବେଳାଭୂମି ନିକଟରେ ସମୁଦ୍ରକୁ ଡେଇଁ ପହଁରିଥିଲେ।
#WATCH| Kerala: Congress leader Rahul Gandhi took a dip in the sea with fishermen in Kollam (24.02.2021)
(Source: Congress office) pic.twitter.com/OovjQ4MSSM
— ANI (@ANI) February 25, 2021
ବେଳାଭୂମି ଉପରକୁ ଉଠି ଆସିବା ପୂର୍ବରୁ ମତ୍ସ୍ୟଜୀବୀଙ୍କ ସହ ଗାନ୍ଧୀ ପ୍ରାୟ ୧୦ ମିନିଟ୍ କାଳ ପହଁରିଥିଲେ ବୋଲି ସୂଚନା ମିଳିଛି। ମାଛ ଧରିବା ଲାଗି ଜାଲ ଫିଙ୍ଗିବା ପରେ ମତ୍ସ୍ୟଜୀବୀମାନେ ଡଙ୍ଗାରୁ ସମୁଦ୍ର ମଧ୍ୟକୁ ଡେଉଁଥିବା ଦେଖି ସେ ମଧ୍ୟ ପାଣିକୁ ଡେଇଁଥିଲେ। କଂଗ୍ରେସ ଦଳର ଜଣେ କର୍ମକର୍ତ୍ତା କହିଛନ୍ତି, ଆମକୁ କିଛି ନ ଜଣାଇ ସେ ସମୁଦ୍ରକୁ ଡେଇଁଥିଲେ। ଆମେ ସମସ୍ତେ ଆବାକାବା ହୋଇ ଯାଇଥିବା ବେଳେ ତାଙ୍କର ମିଜାଜ୍ ସ୍ୱାଭାବିକ ଥିଲା। ସମୁଦ୍ର ଜଳରେ ସେ ପ୍ରାୟ ୧୦ ମିନିଟ୍ ଅତିବାହିତ କରିଛନ୍ତି। ସେ ଜଣେ ପୋଖତ ସନ୍ତରଣକାରୀ। ପ୍ରାପ୍ତ ସୂଚନା ଅନୁସାରେ, ପାଣିକୁ ଡେଇଁବା ପୂର୍ବରୁ ଗାନ୍ଧୀ ପିନ୍ଧିଥିବା ନୀଳ ରଙ୍ଗର ଟି-ସାର୍ଟ ଓ ଖାକି ଟ୍ରାଉଜର୍ସ ଓହ୍ଲାଇ ନ ଥିଲେ। ବେଳାଭୂମିକୁ ଫେରିବା ପରେ ଯାଇ ଗାନ୍ଧୀ ସେ ଓଦା ପୋଷାକ ପାଲଟି ଥିଲେ।
ଡଙ୍ଗାରେ ମତ୍ସ୍ୟଜୀବୀମାନେ ରାନ୍ଧିଥିବା ମାଛ ଖାଇବା ସହ ସେମାନଙ୍କ ସଙ୍ଗରେ ଦୁଃଖସୁଖ ହୋଇ ସେ ପ୍ରାୟ ଅଢ଼େଇ ଘଣ୍ଟା ସମୁଦ୍ରରେ ବିତାଇଥିଲେ। ନିର୍ବାଚନୀ ଇସ୍ତାହାରରେ କଂଗ୍ରେସ ମତ୍ସ୍ୟଜୀବୀଙ୍କ ଆବଶ୍ୟକତାକୁ ସାମିଲ କରିବ ବୋଲି ଗାନ୍ଧୀ କହିଛନ୍ତି। ସମସ୍ତ ବାଧାବିଘ୍ନ ମୁକାବିଲା କରି ସମୁଦ୍ରରେ କାର୍ଯ୍ୟ କରୁଥିବା ମତ୍ସ୍ୟଜୀବୀମାନଙ୍କର ସେ ଖୁବ୍ ପ୍ରଶଂସା କରିଥିଲେ।