କନକ ବ୍ୟୁରୋ: ବିଜେପି ପକ୍ଷରୁ ଲଣ୍ଡନରେ ଭାରତୀୟ ଲୋକତନ୍ତ୍ରକୁ ନେଇ ରାହୁଲ ଦେଇଥିବା ଟିପ୍ପଣୀ ଉପରେ ବାରମ୍ବାର ଆକ୍ରମଣ କରାଯାଉଛି । ଏହାକୁ ନେଇ ନିଜେ ରାହୁଲ ମୁହଁ ଖୋଲିଛନ୍ତି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ମୋତେ ଯଦି କହିବାକୁ ସୁଯୋଗ ମିଳିବ ତେବେ ମୁଁ ଲୋକସଭାରେ ଏହାର ଉତ୍ତର ରଖିବି । ଏହା ପୂର୍ବରୁ କେନ୍ଦ୍ରୀୟ ଆଇନମନ୍ତ୍ରୀ କିରଣ ରିଜିଜୁ ରାହୁଲ ଗାନ୍ଧୀଙ୍କ ଉପରକୁ ଟାର୍ଗେଟ କରିଥିଲେ । ସେ କହିଥିଲେ, ଦେଶବାସୀ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ ଗ୍ରହଣ କରୁନାହାନ୍ତି । ଏହାର ଅର୍ଥ ଏହା ନୁହେଁ ଯେ ବିଦେଶୀ ଭୂମିରେ ଲୋକତନ୍ତ୍ର ଅପମାନ କରିବାର ଅଧିକାର କାହାକୁ ବି ମିଳିବ ।
#WATCH | Congress MP Rahul Gandhi arrives in Parliament, remains silent on the question of BJP's demand to tender an unconditional apology for this London speech pic.twitter.com/ksvV3pnyPP
— ANI (@ANI) March 16, 2023
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦକୁ ଯିବା ସମୟରେ ପ୍ରତିକ୍ରିୟା ରଖି କହିଥିଲେ, ମୁଁ ଭାରତ ବିରୋଧୀ କିଛି କହିନାହିଁ । ଯଦି ସେମାନେ ମୋତେ ଅନୁମତି ଦେବେ ତେବେ ଏନେଇ ମୁଁ ସଂସଦରେ କହିବି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/FrU1zgmWIAAa7rn.jpg)