କନକ ବ୍ୟୁରୋ: ମଣିପୁର ଗତ ୨ ମାସ ଧରି ହିଂସା ଦ୍ୱାରା ପ୍ରଭାବିତ ହେଉଛି । ଶାନ୍ତି ପ୍ରତିଷ୍ଠା ପାଇଁ ଏଠି ଅନେକ ପ୍ରକାର ଉଦ୍ୟମ ଜାରିରହିଛି ହେଲେ ଶାନ୍ତି ପ୍ରତିଷ୍ଠା ହୋଇପାରୁନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୁଇ ଦିନିଆ ମଣିପୁର ଗସ୍ତେରେ ଅଛନ୍ତି । ବିମାନବନ୍ଦରରୁ ବାହାରିବା ପରେ ସେ ବିଷ୍ଣୁପୁର ଜିଲ୍ଲା ଗସ୍ତ କରିଥିଲେ । ତେବେ ସ୍ଥାନୀୟ ଚେକ୍ ପୋଷ୍ଟରେ ତାଙ୍କ କାରକେଡକୁ ପୁଲିସ ଅଟକାଇ ଦେଇଥିଲା । କାରକେଡ୍ ରୋକାଯିବାକୁ ନେଇ କଂଗ୍ରେସ କାର୍ଯ୍ୟକର୍ତ୍ତା ଏହାକୁ ବିରୋଧ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହା ପରେ ରାହୁଲ ଇମ୍ଫାଲ ଫେରିଆସିଛନ୍ତି ।
କେସି ବେଣୁଗୋପାଲ ରାହୁଲଙ୍କ କାରକେଡ ରୋକାଯିବା ନେଇ ପ୍ରଶ୍ନ ସୃଷ୍ଟି କରିଛନ୍ତି । ସେ କହିଛନ୍ତି ମୋତେ ଜଣାନାହିଁ କିଏ ପୁଲିସକୁ ଏଭଳି ନିର୍ଦ୍ଦେଶ ଦେଇଛି । ତେବେ ରାହୁଲଙ୍କୁ ହେଲିକପ୍ଟରରେ ଯିବା ପାଇଁ ପରାମର୍ଶ ଦିଆଯାଇଛି । ରାହୁଲ କିନ୍ତୁ ସଡକ ପଥରେ ଯିବା ପାଇଁ ଅଡିବସିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/06/rahaualala.jpg)