କନକ ବ୍ୟୁରୋ : ଗୁଜରାଟ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗସ୍ତରେ ସେ ଅସନ୍ତୁଷ୍ଟ ଥିବା ହାର୍ଦ୍ଦିକ ପଟେଲଙ୍କ ସହ ଆଲୋଚନା କରିପାରନ୍ତି । ରାହୁଲଙ୍କ ଗସ୍ତକୁ ନେଇ କିଛି ଏଭଳି ଆକଳନ କରାଯାଉଛି । ଚଳିତ ବର୍ଷ ଶେଷରେ ସେଠାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପୂର୍ବରୁ  ଦଳର ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ସେଠାରେ ପହଞ୍ଚିଛନ୍ତି । ତେବେ କଣ ସେ ହାର୍ଦ୍ଦିକଙ୍କୁ ଦେଖାକରିବେ ସେ ନେଇ ଅନେକ ପ୍ରଶ୍ନ ସାଧାରଣରୁ ଆସୁଛି । ୨୮ ବର୍ଷୀୟ ପଟିଦାର ନେତା ହାର୍ଦ୍ଦିକ ୨୦୧୯ ମସିହାରେ କଂଗ୍ରେସରେ ସାମିଲ ହୋଇଥିଲେ । ତେବେ ଗୁଜରାଟ କଂଗ୍ରେସର ଅନେକ ବରିଷ୍ଠ ନେତା ତାଙ୍କୁ ହତାଦର କରୁଥିବା ସେ ଅଭିଯୋଗ କରିଥିଲେ ।

Advertisment

ପଟିଦାର ନେତା ତଥା ଗୁଜରାଟ ପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ଦଳର ବରିଷ୍ଠ ନେତାଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ନିକଟରେ ସେ ସରକାରରେ ଥିବା ବିଜେପି ସହ ସମ୍ପର୍କରେ ଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଟ୍ୱିଟରରୁ ସେ କଂଗ୍ରେସର ଫଟୋ ହଟାଇଦେଇଥିଲେ । ବାରମ୍ବାର ବରିଷ୍ଠ ନେତା ତାଙ୍କ ପ୍ରତି ଅବହେଳା କରୁଥିବା ସେ ଅଭିଯୋଗ କରିଥିଲେ । କେବଳ ଏତିକି ନୁହେଁ ଏହାର ତୁଳନା ସେ ‘ବରର ଇଚ୍ଛା ବିରୋଧରେ ତାର ଅପରେସନ କରିବା’ ସହ କରିଥିଲେ ।

ଖବର ସରବରାହ ସଂସ୍ଥା ଏଏନଆଇର ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ହାର୍ଦ୍ଦିକଙ୍କ ନାରାଜ ହେବା ପରେ ରାହୁଲ ତାଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସେ ଦଳରେ ରହିବା ନେଇ ଆଗ୍ରହ ପ୍ରକାଶ କରିଥିଲେ । ହାର୍ଦ୍ଦିକଙ୍କର ଦଳ ପ୍ରତି ମୋହଭଙ୍ଗ ପ୍ରତିଦ୍ୱନ୍ଦୀ ବିଜେପି ପାଇଁ ଖୁସିର ଖବର । ତେବେ ଦଳର ବଦଳର ଖବରକୁ ସେ ଖଣ୍ଡନ କରିଛନ୍ତି ।