କନକ ବ୍ୟୁରୋ : କୃଷି ଆଇନକୁ ବିରୋଧ କରି ଚାଲିଥିବା ଆନ୍ଦୋଳନକୁ ଆଜି ଗୋଟିଏ ବର୍ଷ ପୂରଣ ହୋଇଛି । ସରକାରଙ୍କ ତରଫରୁ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହୋଇଥିଲେ ଅନ୍ୟ ଦାବିଗୁଡିକ ପୂରଣ କରିବାକୁ ଦାବି କରି କୃଷକମାନେ ଆନ୍ଦୋଳନରେ ବସିଛନ୍ତି । ଏହି କ୍ରମରେ କଂଗ୍ରେସ ଲଗାତର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାରେ ଲାଗିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୁଣିଥରେ କୃଷକ ଆନ୍ଦୋଳନକୁ ନେଇ ମୋଦୀ ସରକାରଙ୍କୁ ଘେରିଛନ୍ତି । ପ୍ରିୟଙ୍କା କହିଛନ୍ତି କି ବିଜେପି ସରକାରର ଅହଂକାର ଓ କୃଷକ ମାନଙ୍କ ଉପରେ ଅତ୍ୟାଚାର ଇତିହାସର ଏକ କଳା ଅଧ୍ୟାୟ ହୋଇ ରହିବ ।
ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି କି “କୃଷକ ଆନ୍ଦୋଳନକୁ ୧ ବର୍ଷ, କୃଷକଙ୍କ ସତ୍ୟାଗ୍ରହ, ୭୦୦ କୃଷକଙ୍କ ମୃତ୍ୟୁ ଓ ଅହଂକାରୀ ବିଜେପି ସରକାର ଯେଭଳି ଅନ୍ନଦାତାଙ୍କ ଉପରେ ଅତ୍ୟାଚାର କଲେ ତାହା ଆଗାମୀ ପୀଢି ପାଇଁ ଏକ କଳଙ୍କିତ ଅଧ୍ୟାୟ ହୋଇ ରହିବ । ସର୍ବଦା କୃଷକଙ୍କ ଜୟ ହୋଇଛି ଓ ଏହା ଭବିଷ୍ୟତରେ ବି ହେବ । ”
किसान आंदोलन का एक साल
किसानों के अडिग सत्याग्रह, 700 किसानों की शहादत और निर्मम भाजपा सरकार के अहंकार व अन्नदाताओं पर अत्याचार के लिए जाना जाएगा।
लेकिन भारत में किसान की जय-जयकार हमेशा थी, है और रहेगी।
किसानों के संघर्ष की जीत इसका प्रमाण है।जय किसान। pic.twitter.com/KCWnLNog0B
— Priyanka Gandhi Vadra (@priyankagandhi) November 26, 2021
କହିରଖୁ କି ଦେଶରେ ୪୨ ଟି କୃଷକ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ନାମରେ ଏକ ସଂଗଠନ କରି କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନ ବିରୋଧରେ ୧ ବର୍ଷରୁ ଅଧିକ ସମୟ ହେବ ଆନ୍ଦୋଳନ ଜାରୀ ରଖିଛନ୍ତି । କୃଷକଙ୍କ ଆନ୍ଦୋଳନ ଚାପରେ ସରକାର କୃଷି ଆଇନକୁ ପ୍ରତ୍ୟାହାର କରିବା ନେଇ ଘୋଷଣା କରିଛନ୍ତି । ହେଲେ କୃଷକମାନେ ସେମାନଙ୍କ ଉତ୍ପାଦିତ ଶଷ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ, ଆନ୍ଦୋଳନ ସ୍ଥଳରେ ମୃତ୍ୟୁ ହୋଇଥିବା ୭୦୦ କୃଷକଙ୍କ ପରିବାରକୁ ସହାୟତା, ଲଖିମପୁର ଖେରୀ ଠାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପ୍ରୁଅ ଆଶିଷ ମିଶ୍ରାଙ୍କ ଦ୍ୱାରା କରାଯାଇଥିବା ହତ୍ୟା ପାଇଁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିସ୍କାର ଦାବି କରି ଆନ୍ଦୋଳନ ଜାରୀ ରଖିଛନ୍ତି ।