ଭର୍ତ୍ତୃହରି ମହତାବଙ୍କ ସ୍ତମ୍ଭକୁ ନେଇ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ! କହିଲେ, ଏସବୁ ଆତ୍ମରକ୍ଷା ରାଜନୀତି

47

କନକ ବ୍ୟୁରୋ: ଭର୍ତ୍ତୃହରିଙ୍କ ସ୍ତମ୍ଭ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ଏସବୁ ଆତ୍ମରକ୍ଷା ରାଜନୀତି । ନିଜକୁ ବଂଚାଇବା ପାଇଁ ସେ ବିଜେପିକୁ ସମର୍ଥନ କରିଛନ୍ତି । ଏ ନେଇ ବିଜେଡି ନେତା ସୂର୍ଯ୍ୟ ପାତ୍ର କହିଛନ୍ତି, ଏଥିରୁ ମୁଁ କିଛି ବୁଝିପାରୁନି । ତାଙ୍କୁ ପଚାରନ୍ତୁ ।

ସେହିଭଳି ବିଜେଡି ସାଂସଦଙ୍କ ସ୍ତମ୍ଭ ନେଇ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଯେ, ବେଙ୍ଗ କହେ ବେଙ୍ଗୁଲିଲୋ ପୃଥ୍ୱୀ କ୍ଷଣ କ୍ଷଣକେ ଆନ । ବିଜେଡି-ବିଜେପି ମେଂଟ ସମ୍ଭାବନା ନେଇ ମୁଁ କେମିତି କହିବି । ପ୍ରସଙ୍ଗକୁ ନେଇ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ଶଶିଭୂଷଣ ବେହେରା କହିଛନ୍ତି ଯେ ଭର୍ତ୍ତୃହରି ଦଳୀୟ ପ୍ରସଙ୍ଗରେ ନିଜ ବ୍ୟକ୍ତିଗତ ମତ ରଖୁଛନ୍ତି । କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ କହିବା କଥା ହେଲା କାହା ସହ ମେଂଟ ନୁହେଁ ଆମେ ଏକାକୀ ନିର୍ବାଚନ ଲଢିବୁ ।