କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ ହୋଇପଡିଛନ୍ତି । ଆଜି ବିଭିନ୍ନ ମାମଲାରେ ସିବିଆଇ ତଦନ୍ତର ଶିଥିଳତା ନେଇ କଂଗ୍ରେସ ସିବିଆଇ ଅଫିସ ଘେରାଉ କରିଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ , ନରସିଂହ ମିଶ୍ରଙ୍କ ସମେତ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ ।
ବହୁ ସଂଖ୍ୟାରେ କଂଗ୍ରେସ କର୍ମକର୍ତା ଉପସ୍ଥିତ ଥିଲେ । ନରସିଂହ ମିଶ୍ର ଗାଡି ଉପରେ ଛିଡା ହୋଇ କିଛି କହୁଥିବାବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ । ସାଙ୍ଗେ ସାଙ୍ଗେ ତାଙ୍କୁ ନିକଟସ୍ଥ ଏକ ଘରୋଇ ହସପିଟାଲକୁ ନିଆଯାଇଥିଲା । ସେଠାରେ ସେ ଧିରେ ଧିରେ ସୁସ୍ଥ ହେଉଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/16-24.jpg)