କନକ ବ୍ୟୁରୋ : ବିଜେଡି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ନରସିଂହ ମିଶ୍ର । ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ , ୨୦୧୪ ପରଠାରୁ ସରକାରଙ୍କ ବିଭିନ୍ନ ପ୍ରକଳ୍ପକୁ ସେ ଲଢ଼େଇ କରି ବଲାଙ୍ଗୀର ନିର୍ବାଚନ ମଣ୍ଡଳୀର ଲୋକଙ୍କ ହିତ ପାଇଁ ଅଣାଯାଉଛି । କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଜଳସେଚନ, ଗମନାଗମନ ପ୍ରତ୍ୟେକ କ୍ଷେତ୍ର ପାଇଁ ସେ ସଂଘର୍ଷ କରି ଅନୁଦାନ ଆଣିଛନ୍ତି, ହେଲେ ଶାସକ ଦଳର ନେତାମାନେ ସେହି ପ୍ରକଳ୍ପ ଗୁଡ଼ିକୁ ସେମାନଙ୍କର କହି ବାହାବା ନେଉଛନ୍ତି । ଏହାସହ ନରସିଂହ ଆହୁରି ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାର କେନ୍ଦ୍ରର ବିଭିନ୍ନ ଯୋଜନା ନିଜର ବୋଲି କହି ଭୁଆଁ ବୁଲାଉଛନ୍ତି ।

Advertisment

ଆଉ ବଲାଙ୍ଗୀରରେ ମଧ୍ୟ ସେଭଳି ଚାଲିଛି । ସେପଟେ ଏହାର ଜବାବ ରଖିଛନ୍ତି ବଲାଙ୍ଗୀର ବିଜେଡି ଜିଲ୍ଲା ଉପସଭାପତି । ସେ କହିଛନ୍ତି ଯେ, ବଲାଙ୍ଗୀରରେ କୌଣସି ଯୋଜନାକୁ ଚୋରି କରାଯାଇ ନାହିଁ, ବରଂ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ତତ୍ୱାବଧାନରେ ଜିଲ୍ଲରେ ଉନ୍ନତି କାମ ଚାଲିଛି । ସେହିପରି ରାଜ୍ୟ ସରକାର କେନ୍ଦ୍ରର କୌଣସି ଯୋଜନାକୁ ନିଜ ନାଁରେ କରିନାହାନ୍ତି । ବରଂ ରାଜ୍ୟ ସରକାରଙ୍କ ଯେତେ ଯୋଜନା ରହିଛି, ତାକୁ କାର୍ଯ୍ୟକାରୀ କରାଯାଉଛି । ଆଉ ଅନେକ କ୍ଷେତ୍ରରେ ରାଜ୍ୟ ସରକାର ଯୋଜନା କାର୍ଯ୍ୟକାରୀ କଲା ପରେ ତାକୁ କେନ୍ଦ୍ର ସରକାର ଅପଣାଉଛନ୍ତି ବୋଲି ଜିଲ୍ଲା ବିଜେଡି ଉପସଭାପତି କହିଛନ୍ତି ।