କନକ ବ୍ୟୁରୋ : ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । କଂଗ୍ରେସର ହାତ ଛାଡି ବିଜେଡିରେ ଶଙ୍ଖ ଫୁଙ୍କିଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ । ନିଜ ସମର୍ଥକଙ୍କ ସହ ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ । ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ମହେନ୍ଦ୍ର ବିଜେଡିରେ ସାମିଲ ହୋଇଛନ୍ତି । ମହେନ୍ଦ୍ରଙ୍କୁ ବିଜେଡି ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ୱାଗତ କରିଛନ୍ତି ମାନସ ।
୨୦୧୯ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିଲେ ମହେନ୍ଦ୍ର ନାୟକ । ଏହି ନିର୍ବାଚନରେ ମହେନ୍ଦ୍ର ୧୮୮୨୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ତେବେ ଉପ-ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିନଥିଲା ଦଳ । ତରୁଣ ପାଣ୍ଡେଙ୍କୁ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ କରିଥିଲା । ତେବେ ଉପ-ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବା ବେଳେ ମହେନ୍ଦ୍ର କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେଇଛନ୍ତି । ଏନେଇ ମହେନ୍ଦ୍ର କହିଛନ୍ତି, ନବୀନଙ୍କ ଆଦର୍ଶ ଓ ବିକାଶଧାରାରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛି । ଆଦିବାସୀ ସମାଜ ମୁଖ୍ୟମନ୍ତ୍ରୀଙ୍କ ଉପରେ ବିଶ୍ୱାସ ରଖିଛନ୍ତି । ଦୀପାଳିଙ୍କ ସହ ଆଦିବାସୀ ସମାଜର ସମର୍ଥନ ଥିବା କହିଛନ୍ତି ମହେନ୍ଦ୍ର ।
ଝାରସୁଗୁଡା ଉପ-ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟକା । କଂଗ୍ରେସର ହାତ ଛାଡି ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଲେ ପୂର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ନାୟକ ।
/kanak/media/post_attachments/wp-content/uploads/2023/04/20-21.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)