ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ଭୁବନେଶ୍ୱର କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ହେବେ ସାମିଲ

29

କନକ ବ୍ୟୁରୋ: ଆଜି ଓଡ଼ିଶା ଆସୁଛନ୍ତି ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ଭୁବନେଶ୍ୱର କଂଗ୍ରେସ ଭବନରେ ମିଶ୍ରଣ ପର୍ବରେ ଯୋଗଦେବେ ଜିତେନ୍ଦ୍ର । ବିଜେଡିର ପ୍ରାୟ ଶହେ କର୍ମୀ ଆଜି କଂଗ୍ରେସରେ ଯୋଗଦେବେ ବୋଲି ସୂଚନା ରହିଛି । ପରେ ଗୋପାଳପୁରରୁ କଟକ ପର୍ଯ୍ୟନ୍ତ ବିଶାଳ ବାଇକ ରାଲିରେ ଯୋଗଦେବେ ଜିତେନ୍ଦ୍ର ସିଂ । ସେଠାରେ କର୍ମୀ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।