କନକ ବ୍ୟୁରୋ: ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ରାହୁଲ ଓ ପ୍ରିୟଙ୍କା ନିଜ ଟ୍ୱିଟର ପ୍ରୋଫାଇଲର ଡିପି ପରିବର୍ତ୍ତନ କରିଦେଇଛନ୍ତି । ଆଉ ସେଥିରେ ଲେଖିଛନ୍ତି ମୋଦୀ ଜୀ ଆମ ପିଲାଙ୍କ ଭ୍ୟାକ୍ସିନ ବିଦେଶ କାଇଁ ପଠେଇଲ? ଏହାସହ ଏହି ଫଟୋକୁ ରାହୁଲ ଗାନ୍ଧୀ ଟ୍ୱିଟରରେ ସେୟାର କରିବା ସହ ଲେଖିଛନ୍ତି ମତେ ବି ଗିରଫ କରିନିଅ ।
ତେବେ କଣ ହୋଇଥିଲା ଘଟଣା । କାହିଁକି ଟ୍ୱିଟରରେ ଏଭଳି ଲେଖିଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ନିକଟରେ ଏଭଳି ପୋଷ୍ଟ କରିଥିବା ୧୭ ଜଣଙ୍କୁ ପୋଲିସ ଗିରଫ କରିଥିଲା । ତେବେ ଏହି ଘଟଣା ପରେ ଏବେ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ରାହୁଲ ଓ ପ୍ରିୟଙ୍କାଙ୍କ ବ୍ୟତୀତ ଆହୁରି ଅନେକ କଂଗ୍ରେସ ନେତା ଏଭଳି ଟ୍ୱିଟରରେ ନିଜ ପ୍ରୋଫାଇଲ ଡିପିରେ ପୋଷ୍ଟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/rahul-priyanka-gandhi-congress-up-hathras-delhi-mask-pti-896715-1601724921.jpg)