କୋଭିଡ୍ ମୃତ୍ୟୁ ତଥ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ : ସରକାରୀ ତଥ୍ୟ ଓ ମଶାଣୀ ରିପୋର୍ଟରେ ତାଳମେଳ ନଥିବା ଅଭିଯୋଗ

କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ପୁଣି ଉଠିଲା ସନ୍ଦେହ । ନୟାଗଡରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଥିଲେ ସରକାର, ହେଲେ ସିଡିଏମଓଙ୍କ ରିପୋର୍ଟ କହିଲା କେବଳ ଚାନ୍ଦପୁର କୋଭିଡ୍ ହସ୍ପିଟାଲରେ ୯୫ ଜଣଙ୍କର ହୋଇଛି ମୃତ୍ୟୁ ।

କନକ ବ୍ୟୁରୋ : ସରକାରଙ୍କ ତଥ୍ୟକୁ ମିଛ କହିବା ସହ ମଶାଣି ରିପୋର୍ଟ ଦେଖାଇଛି । ସମ୍ବାଦିକ ସମ୍ମଳନୀ କରି କଂଗ୍ରେସ କହିଛି , କୋଭିଡ ମୃତ୍ୟୁକୁ ନେଇ କିଏ ସତ କହୁଛି । ମଶାଣି ରିପୋର୍ଟ ଓ ସରକାରୀ ରିପୋଟରେ ତାଳମେଳ ରହୁନାହିଁ । ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କୁ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦିଅନ୍ତୁ ।

କରୋନା ମୃତ୍ୟୁକୁ ସରକାର ଲୁଚାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏପରିକି କେତେକ ଜିଲ୍ଲା ପ୍ରଶାସନର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାଳମେଳ ରହୁ ନଥିବାରୁ ପ୍ରକୃତରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe