କନକ ବ୍ୟୁରୋ : ସରକାରଙ୍କ ତଥ୍ୟକୁ ମିଛ କହିବା ସହ ମଶାଣି ରିପୋର୍ଟ ଦେଖାଇଛି । ସମ୍ବାଦିକ ସମ୍ମଳନୀ କରି କଂଗ୍ରେସ କହିଛି , କୋଭିଡ ମୃତ୍ୟୁକୁ ନେଇ କିଏ ସତ କହୁଛି । ମଶାଣି ରିପୋର୍ଟ ଓ ସରକାରୀ ରିପୋଟରେ ତାଳମେଳ ରହୁନାହିଁ । ରାଜ୍ୟ ସରକାର ଭ୍ରମାତ୍ମକ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି । ତେଣୁ ରାଜ୍ୟବାସୀଙ୍କୁ କରୋନା ମୃତ୍ୟୁ ନେଇ ସଠିକ୍ ତଥ୍ୟ ଦିଅନ୍ତୁ ।
କରୋନା ମୃତ୍ୟୁକୁ ସରକାର ଲୁଚାଉଥିବା ବାରମ୍ବାର ଅଭିଯୋଗ ହେଉଛି । ଏପରିକି କେତେକ ଜିଲ୍ଲା ପ୍ରଶାସନର ରିପୋର୍ଟ ଓ ରାଜ୍ୟ ସରକାରଙ୍କ ରିପୋର୍ଟରେ ତାଳମେଳ ରହୁ ନଥିବାରୁ ପ୍ରକୃତରେ କରୋନାରେ କେତେ ଜଣଙ୍କର ମୃତ୍ୟୁ ହୋଇଛି ତାକୁ ନେଇ ସନ୍ଦେହ ବଢ଼ିବାରେ ଲାଗିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/5e1e02c4-88ef-4280-b8ea-ab90df777280.jpg)