କୋରାପୁଟ ଲୋକସଭା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ । ବିଷମ କଟକରୁ ନୀଳମାଧବ ହିକକାଙ୍କୁ ପ୍ରାର୍ଥୀ କରିବାକୁ ନେଇ ବିରୋଧ

143

କନକ ବ୍ୟୁରୋ : କୋରାପୁଟ ଲୋକସଭା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକାଙ୍କୁ ବିରୋଧ । ପ୍ରଥମେ ଗୁଣୁପୁର ନିର୍ବାଚନ ମଣ୍ଡଳୀ ଓ ଏବେ ବିଷମ କଟକ ନିର୍ବାଚନ ମଣ୍ଡଳୀରେ ବିରୋଧର ସ୍ୱର ତେଜିଛି । ମୁକୁନ୍ଦପୁରଠାରେ ସପ୍ତଗିରି ଉଲାକାଙ୍କ ଫଟୋ ଓ ବ୍ୟାଗ ପୋଡ଼ା ଯାଇଥିବା ବେଳେ ଓ କାନ୍ଥ ଘଣ୍ଟାକୁ ତଳେ କଚାଡି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ଗତ ୨ ତାରିଖରେ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିଲା । ବିଷମ କଟକରୁ ନୀଳମାଧବ ହିକକାଙ୍କୁ ଦଳ ପ୍ରାର୍ଥୀ କରିଛି । ଯାହାକୁ ବିରୋଧ କରିଛନ୍ତି ବିଷମ କଟକ ନିର୍ବାଚନ ମଣ୍ଡଳର କଂଗ୍ରେସ କର୍ମୀ । ପୂର୍ବରୁ ଗୁଣପୁରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଡାରୀରେ ଯୁବ ନେତା ଭାସ୍କର ଜାଗାରଙ୍ଗାଙ୍କ ସମର୍ଥକ ମାନେ ସଂସାଦଙ୍କୁ ଦାୟୀ କରି ବ୍ୟାଗ ପୋଡି ଦେଇଥିବା ଓ କାନ୍ଥ ଘଣ୍ଟାକୁ ଭାଙ୍ଗି ଦେଇଥିଲେ । ଅପରପକ୍ଷରେ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲ୍ଲକା କହିଛନ୍ତି ଯେ, ପ୍ରଗମନ ଆପ, ଟାସ୍କ ଓ ସର୍ଭେ ଅନୁସାରେ ପ୍ରାର୍ଥୀ ଚୟନ କରାଯାଇ ଟିକଟ ପ୍ରଦାନ କରାଯାଇଛି । ଏଥିରେ ତାଙ୍କର କୌଣସି ଭୂମିକା ନାହିଁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନଙ୍କୁ ବୁଝାସୁଝା କରାଯାଉଛି । ଆଉ ସେମାନେ ନିର୍ବାଚନରେ ସହଯୋଗ କରିବେ ବୋଲି କହିଛନ୍ତି ସପ୍ତଗିରି ଉଲାକା ।