ବହୁ ଚର୍ଚ୍ଚିତ କୋହିନୂର ହୀରାକୁ ନେଇ କଂଗ୍ରେସ ଠାରୁ ତଥ୍ୟ ମାଗିଲା ଶ୍ରୀମନ୍ଦିର ପ୍ରଶାସନ । କାରଣ ଇତିହାସର ଦସ୍ତାବିଜ୍ ଧରି ଏହି ମୂଲ୍ୟବାନ ହୀରାକୁ ଶ୍ରୀମନ୍ଦିରକୁ ଫେରାଇ ଆଣିବାକୁ କଂଗ୍ରେସ୍ ଆରମ୍ଭ କରିଛି କ୍ୟାମ୍ପେନ୍ ।ଇତିହାସ ଓ ତଥ୍ୟକୁ ଆଧାର କରି କଂଗ୍ରେସ କହିଛି , ହୀରାର ଶେଷ ମାଲିକାନା ପାଇଥିବା ରାଜା ରଂଜିତ ସିଂ ଶ୍ରୀମନ୍ଦିରକୁ  କୋହିନୁର ହସ୍ତାନ୍ତର କରିବାକୁ ଚିଠି ଲେଖିଥିଲେ  । ତେବେ ଏ ଦସ୍ତାବିଜକୁ କଂଗ୍ରେସ ଠାରୁ ମିଳିଲେ , ଏଦିଗରେ ବିଚାର କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  । ତେବେ ଏହି ମୁଲ୍ୟବାନ ହୀରାକୁ ଫେରାଇ ଆଣିବାକୁ ସବୁ ସ୍ତରରେ ଉଦ୍ୟମ କରାଯିବ ବୋଲି କଂଗ୍ରେସ୍ କହିଛି । ସେପଟେ କଂଗ୍ରେସର ଏହି ଅଭିଯାନରେ ବିଳମ୍ବକୁ ନେଇ ବିଜେଡି ସମାଲୋଚନା କରିଛି  ।