କନକ ବ୍ୟୁରୋ: କଂଗ୍ରେସର ଗଡ଼ ତଥା ରାହୁଲ ଗାନ୍ଧୀଙ୍କ ଆସନ ଆମେଥିରୁ ଏଥର ଦଳ ଦଳ ନୂଆ ପ୍ରାର୍ଥୀ ଦେଇଛି । ସୋନିଆ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ତଥା ଉତ୍ତରପ୍ରଦେଶର ପୂର୍ବତନ କଂଗ୍ରେସ ସଭାପତି କିଶୋରୀ ଲାଲ ଶର୍ମାଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ଆମେଥିରୁ ଏଥର କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଆଉ ସ୍ମୃତି ଇରାନିଙ୍କୁ ଟକ୍କର ଦେବେ କିଶୋରୀ ଲାଲ ।
କଂଗ୍ରେସର ପୁରୁଖା ନେତା କିଶୋରୀ ଲାଲ ଆମେଥି ଏବଂ ରାଇବରେଲି ଆସନ ସହ ଜଡିତ ଥିଲେ । କିଶୋରୀ ଲାଲ ପଞ୍ଜାବ ଲୁଧିଆନାର ବାସିନ୍ଦା । ପ୍ରଥମ ଥର ପାଇଁ ୧୯୮୩ରେ ଆମେଥିରୁ ନିର୍ବାଚନ ଲଢିଥିଲେ ଶର୍ମା । କିନ୍ତୁ ୧୯୯୧ରୁ ଗାନ୍ଧୀ ପରିବାରରୁ ଆମେଥିରୁ ପ୍ରାଥୀ ହୋଇଆସୁଥିଲେ । କିଶୋରୀ ଲାଲ ବିହାର ଏବଂ ପଞ୍ଜାବରେ ମଧ୍ୟ କଂଗ୍ରେସ ପାଇଁ କାର୍ଯ୍ୟ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/17-1.jpg)