କନକ ବ୍ୟୁରୋ: ନିର୍ବାଚନ ବେଳେ କଂଗ୍ରେସ ବଢୁଛି ନା ଛିଣ୍ଡୁଛି । ଏହାକୁ ନେଇ ଆରମ୍ଭ ହୋଇଛି ତର୍କ । କଂଗ୍ରେସ ଅଜୟ କୁମାରଙ୍କୁ ଓଡିଶାର ପ୍ରଭାରୀ ଭାବେ ନିଯୁକ୍ତ କରି ଗୋଟିଏ ବଡ ବାର୍ତ୍ତା ଦେଇଥିଲା । ଅନେକ ନିଲମ୍ବିତ ନେତାଙ୍କୁ ସାମିଲ କରି ଦଳ ଆଗକୁ ବଢୁଛି ବୋଲି ବାର୍ତ୍ତା ଦେଇଥିଲା । ହେଲେ ଟିକେଟ ଘୋଷଣା ବେଳକୁ କଂଗ୍ରେସ ନେତା ଦଳ ଡିଆଁ ପର୍ବରେ ସାମିଲ ହୋଇଛନ୍ତି । ଦଳ ଏଯାବତ ୪୭ ବିଧାନସଭା ଏବଂ ୮ ଲୋକସଭା ପ୍ରାର୍ଥୀ ଘୋଷଣା କରିବାରେ ସଫଳ ହୋଇଛି । ବାକି ଆସନ ପାଇଁ କିଏ ପ୍ରାର୍ଥୀ ହେବେ ବୋଲି ଅପେକ୍ଷା ରହିଛି । ଏହାରି ଭିତରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି କହିଛନ୍ତି, ବିଜେଡି ଓ ବିଜେପି କଂଗ୍ରେସ ନେତାଙ୍କୁ ନେବାରେ ବ୍ୟସ୍ତ । ତେବେ ନଜର ପକାନ୍ତୁ ନିର୍ବାଚନ ବେଳେ କେଉଁ କେଉଁ କଂଗ୍ରେସ ନେତା ଦଳ ବଦଳ କରିଛନ୍ତି...

କଟକଣା ହଟାଇଥିଲା କଂଗ୍ରେସ

  • ମହମ୍ମଦ ମୋକ୍କିମ, ବାରବାଟୀ-କଟକ ବିଧାୟକ
  • ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ ଜଗତସିଂହପୁର ବିଧାୟକ
  • କୃଷ୍ଣ ଚନ୍ଦ୍ର ସଗରିଆ, ପୂର୍ବତନ କୋରାପୁଟ ବିଧାୟକ
  • ଶ୍ରୀକାନ୍ତ ଜେନା, ପୂର୍ବତନ କେନ୍ଦ୍ରମନ୍ତ୍ରୀ

କଂଗ୍ରେସ ଛାଡିଥିବା ନେତା

  • ସୁରେନ୍ଦ୍ର ସିଂହ ଭୋଇ
  • ଚିରଞ୍ଜୀବ ବିଶ୍ୱାଳ
  • ଗଣେଶ୍ୱର ବେହେରା
  • ନିହାର ରଂଜନ ମହାନନ୍ଦ
  • କେ ସୂର୍ଯ୍ୟ ରାଓ
  • ବାପି ସର୍ଖେଲ
  • ଅଧିରାଜ ପାଣିଗ୍ରାହୀ
  • ମନ୍ମଥ ରାଉତରାୟ
  • ରୋହିତ ଜୋଶେଫ ତିର୍କି

କଂଗ୍ରେସରେ ସାମିଲ ହୋଇଛନ୍ତି

  • ବଳଭଦ୍ର ମାଝୀ, ପୂର୍ବତନ ବିଜେଡି ବିଧାୟକ ତଥା ମନ୍ତ୍ରୀ
  • ମନୋଜ ମିଶ୍ର, ଅଭିନେତା
  • ଗିରିଧର ଗମାଙ୍ଗ, ବିଆରଏସ ନେତା
  • ହେମା ଗମାଙ୍ଗ, ବିଆରଏସ ନେତା
  • ଶିଶିର ଗମାଙ୍ଗ, ବିଆରଏସ ନେତା
  • ଜୟରାମ ପାଙ୍ଗୀ, ବିଆରଏସ ନେତା
  • ସଞ୍ଜୟ ଭୋଇ, ପୂର୍ବତନ ସାଂସଦ

ଟିକେଟ୍ ପାଇଥିବା ନେତା

  • ସୁରେନ୍ଦ୍ର ସିଂହ ଭୋଇ -  ବଲାଙ୍ଗୀର ଲୋକସଭା ପ୍ରାର୍ଥୀ, ବିଜେଡି
  • ଚିରଞ୍ଜୀବ ବିଶ୍ୱାଳ - ବିଜେଡିରୁ ଟିକେଟ୍ ପାଇବା ଚର୍ଚ୍ଚା
  • ଗଣେଶ୍ୱର ବେହେରା - ବିଜେଡିରୁ ଟିକେଟ୍ ପାଇବା ଚର୍ଚ୍ଚା
  • ବାପି ସର୍ଖେଲ - ବିଜେଡିରୁ ଟିକେଟ୍ ପାଇବା ବୋଲି ଚର୍ଚ୍ଚା
  • ରୋହିତ ଜୋଶେଫ ତିର୍କି - ବୀରମିତ୍ରପୁର ବିଧାୟକ ପ୍ରାର୍ଥୀ, ବିଜେଡି
  • ମନ୍ମଥ ରାଉତରାୟ - ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ, ବିଜେଡି
  • ଅଧିରାଜ ପାଣିଗ୍ରାହୀ - ଖରିଆର ବିଧାୟକ ପ୍ରାର୍ଥୀ, ବିଜେଡି
  • ନିହାର ରଂଜନ ମହାନନ୍ଦ - ଅତାବିରା ବିଧାୟକ ପ୍ରାର୍ଥୀ, ବିଜେପି