କନକ ବ୍ୟୁରୋ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସଂସଦର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଉପରେ କରୋନା କଟକଣାର ଅବମାନନା କରି ୧୦ ଡାଉନିଂ ଷ୍ଟ୍ରିଟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଭୋଜି କରିବା ଭଳି ଅଭିଯୋଗ ରହିଥିଲା ।

Advertisment

ଏହି କ୍ରମରେ ଶନିବାର ଦିନ କଂଗ୍ରେସ ତରଫରୁ ଜନସନଙ୍କ ଇସ୍ତଫାକୁ ନେଇ ବିଜେପିକୁ କଟାକ୍ଷ କରିଛି । କଂଗ୍ରେସ ନେତା ଜୟରାମ ରମେଶ କାହା ନାମ ନନେଇ କହିଛନ୍ତି କି, ‘କଳ୍ପନା କରନ୍ତୁ ଯଦି ଆମର ବାସ୍ତବରେ ଏକ କାର୍ଯ୍ୟାତ୍ମକ ସଂସଦୀୟ ଲୋକତନ୍ତ୍ର ହୋଇଥାନ୍ତା ଯେଭଳି କି ଆଚ୍ଛାଦିନ ଆସିବା ପୂର୍ବରୁ ଦେଶର ଲୋକତନ୍ତ୍ର ଥିଲା’

ସେ ଆହୁରି କହିଛନ୍ତି କି, ବ୍ରିଟେନ ସଂସଦୀୟ କମିଟି ଯାଂଚ କରି ଏହି ନିଷ୍କର୍ସରେ ପହଂଚିଲା କି, ତକ୍ରାଳୀନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ସଂସଦରେ ମିଥ୍ୟା କହିଛନ୍ତି । ଏହାପରେ ବୋରିସ ଜନସନ୍ ସାଂସଦ ପଦରୁ ଇସ୍ତଫା ଦେଇ ରାଜନୀତିରୁ ସନ୍ୟାସ ନେଇଗଲେ । ହେଲେ ଏଭଳି କିଛି ପ୍ରଧାନମନ୍ତ୍ରୀ ଅଛନ୍ତି ସଂସଦ କିମ୍ବା ଲୋକଙ୍କ ସାମ୍ନାରେ କେବେ ସତ କୁହନ୍ତି ନାହିଁ । ଯଦି ତାଙ୍କର ମିଥ୍ୟା, ମନଗଢା କାହାଣୀ ଓ ରାଷ୍ଟ୍ର ପ୍ରସଙ୍ଗରେ ଉତ୍ତରଦାୟୀ କରାଯାନ୍ତା ତେବେ ...

ସୂଚନା ଥାଉକି କରୋନା କଟକଣା ଲାଗିଥିବା ବେଳେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ କରୋନା କଟକଣାକୁ ଉଲଙ୍ଘନ କରି ଏକ ନୈସ୍ୟ ଭୋଜିର ଆୟୋଜନ କରିଥିଲେ । ଏହି ମାମଲାରେ ଏବେ ସେ ସଂସଦୀୟ କମିଟି ଯାଂଚର ସାମ୍ନା କରୁଛନ୍ତି । ଯାଂଚ ପରେ କମିଟି ରିପୋର୍ଟ ଦେଇଛି କି କରୋନା କଟକଣାକୁ ଅବମାନନା କରି ଜନସନ୍ ଭୋଜିର ଆୟୋଜନ କରିଥିଲେ ।