ଲକଡାଉନକୁ ନେଇ ଅସନ୍ତୋଷ ଜାହିର କଲେ ସୋନିଆ ଗାନ୍ଧୀ । କହିଲେ, କରୋନା ମୁକାବିଲା ପାଇଁ ତାଲାବନ୍ଦ ଦରକାର ଥିଲା କିନ୍ତୁ ସୁଚିନ୍ତିତ ଭାବେ ହୋଇନଥିବାରୁ ହଇରାଣ ହେଉଛନ୍ତି ଶ୍ରମିକ ।

1,213

କନକ ବ୍ୟୁରୋ: ଲକଡାଉନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ସୋନିଆ ଗାନ୍ଧୀ । ୨୧ ଦିନିଆ ତାଲା ବନ୍ଦକୁ ସ୍ୱାଗତ କରିବା ସହ ଶ୍ରମିକଙ୍କ ଘରମୁହାଁ ନେଇ ଅସନ୍ତୋଷ ଜାହିର କଲେ । ତେବେ ମହାମାରୀ କରୋନା ଭୂତାଣୁ ଠାରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ୨୧ ଦିନିଆ ଲକ ଡାଉନ ପାଳନ କରାଯାଉଛି । ସାରା ଦେଶରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ତାଲା ବନ୍ଦକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ।

ସେ କହିଛନ୍ତି ଭୂତାଣୁ ଠାରୁ ଦେଶକୁ ରକ୍ଷା କରିବା ପାଇଁ ୨୧ ଦିନର ଲକ ଡାଉନ୍ ଆବଶ୍ୟକ ଥିଲା । ହେଲେ କେନ୍ଦ୍ର ସରକାର ସୁଚିନ୍ତିତ ଭାବେ ଲକ ଡାଉନ୍ ନକରିବାରୁ ଶ୍ରମିକ, ଦିନ ମଜୁରିଆ ଓ ସାଧାରଣ ଜନତା ଅସୁବିଧା ଭୋଗୁଛନ୍ତି । ସମସ୍ତେ ବିଚଳିତ ହୋଇ ଘରମୁହାଁ ହେଉଥନ୍ତି । ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସମସ୍ତ ପ୍ରକାର ଆବଶ୍ୟକତା ଯୋଗାଇ ଦେବା ଜରୁରୀ ବୋଲି ସୋନିଆ ଗାନ୍ଧି କହିଛନ୍ତି ।