ଦିଲ୍ଲୀ ଛାଡ଼ିଲେ କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନୀଆ ଗାନ୍ଧୀ । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକା ଥିବାରୁ ଦିଲ୍ଲୀ ଛାଡିବାକୁ ଡାକ୍ତର ପରାମର୍ଶ ଦେଇଥିବା ସୂଚନା

847

କନକ ବ୍ୟୁରୋ : ପ୍ରଦୂଷଣ ପାଇଁ ଦିଲ୍ଲୀ ଛାଡ଼ିଲେ କଂଗ୍ରେସ ଅନ୍ତରିଣ ଅଧ୍ୟକ୍ଷା ସୋନୀଆ ଗାନ୍ଧୀ । କିଛି ଦିନ ପାଇଁ ଗୋଆରେ ରହିପାରନ୍ତି ସୋନିଆ । ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ଗୋଆ ଏୟାରପୋର୍ଟରେ ଦେଖିବାକୁ ମିଳିଛି । ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଧିକା ରହୁଥିବାରୁ ତାଙ୍କ ଛାତିରେ ରହୁଥିବା ସଂକ୍ରମଣ ଘାତକ ହୋଇପାରେ । ଯାହାକୁ ନେଇ ଡ଼ାକ୍ତର ଦିଲ୍ଲୀ ବାହାରେ ରହିବାକୁ ତାଙ୍କୁ ପରାମର୍ଶ ଦେଇଛନ୍ତି ।

ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଅଧିକ ରହୁଥିବାରୁ ସୋନିଆଙ୍କ ସ୍ୱାସ୍ଥାବସ୍ଥା ଅଧିକା ଖରାପ ରହୁଛି । ତେଣୁ କମ୍ ପ୍ରଦୁଷଣ ଥିବା ସ୍ଥାନରେ ସୋନିଆଙ୍କୁ ରହିବାକୁ ପରାମର୍ଶ ଦେଇଛନ୍ତି ଡ଼ାକ୍ତର । ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଦୁଷଣ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି ।

ସକାଳୁ ସକାଳୁ ଦିଲ୍ଲୀର ଅଧିକାଂଶ ଅଂଚଳ ଧୂଆଁଳିଆ ରହୁଛି । ଲୋକେ ନିଶ୍ୱାସ ପ୍ରଶ୍ୱସ ନେବାରେ କଷ୍ଠ ଅନୁଭବ କରୁଛନ୍ତି । ଏପରିକି ଦିଲ୍ଲୀରେ ଆଜି ବେଶୀ ଥଣ୍ଡା ଅନୁଭୁତ ହେଉଛି । କରୋନା ସଂକ୍ରମଣ ସହ ଦିଲ୍ଲୀର ବାୟୁ ପ୍ରଦୁଷଣ ଲୋକଙ୍କ ଚିନ୍ତା ବଢାଇଛି ।