କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ଅଜୟ ମିଶ୍ର ଓଡିଶା ଗସ୍ତରେ ଆସିଥିବା ବେଳେ ବିରୋଧ କଲା ଛାତ୍ର କଂଗ୍ରେସ

290

କନକ ବ୍ୟୁରୋ : ଓଡିଶା ଗସ୍ତରେ ଆସିଥିବା କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ । ଆଜି ମୁଣ୍ଡଳୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଟେନି । ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ତାଙ୍କୁ ବିରୋଧ କରିଛି ଛାତ୍ର କଂଗ୍ରେସ । ଏପରିକି ତାଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଥିବା ଜଣାପଡିଛି । ଉତର ପ୍ରଦେଶ ଲକ୍ଷ୍ମୀପୁର ଖେରି ଘଟଣାରେ ମନ୍ତ୍ରୀଙ୍କୁ ବିରୋଧ କରାଯାଇଛି ।

କଂଗ୍ରେସ କହିଛି, ଚାଷୀଙ୍କ ଉପରେ ଅଜୟ ମିଶ୍ରଙ୍କ ପୁଅ ଯେପରି ଭାବରେ ଗାଡି ଚଢାଇ ହତ୍ୟା କରିଛି, ତାହା ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଏ ଜଗନ୍ନାଥ ମାଟି ତାଙ୍କୁ ପ୍ରସୟ ଦେବାକୁ ଚାହୁଁ ନାହିଁ ।
ସେପଟେ, କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ଘଟଣାରେ କିଛି ଛାତ୍ର କଂଗ୍ରେସର କର୍ମୀଙ୍କୁ ଉଠାଇନେଇଛି ପୋଲିସ । ପାଖାପାଖି ଶହେରୁ ଅଧିକ କର୍ମକର୍ତ୍ତା କେନ୍ଦ୍ରମନ୍ତ୍ରୀଙ୍କୁ କଳା ପତାକା ଦେଖାଇବା ସହ ଅଣ୍ଡାମାଡ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଥିଲେ ବି କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ କରିଛି