କଂଗ୍ରେସ ପକ୍ଷରୁ ବିନିକା ସହର ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ : ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ

71

କନକ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ବିନିକା ସହରକୁ ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ରେ ରବି ଋତୁ ଧାନ ବିକ୍ରି ସମସ୍ୟାକୁ ନେଇ ଏହି ବନ୍ଦ କରାଯାଇଛି । ଚଳିତ ବର୍ଷ ଧାନ କିଣା ଆରମ୍ଭରୁ ଧାନ ବିକ୍ରିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଚାଷୀମାନେ ତଥା କଂଗ୍ରେସ ଦଳ ପକ୍ଷରୁ ବାରମ୍ବାର ଆନ୍ଦୋଳନ କରାଯାଇଛି ।

ଏପରିକି ଗତ ଦୁଇ ଦିନ ହେଲା ବିନିକା ତହସିଲ କାର୍ଯ୍ୟାଳୟ ଆଗରେ ଧାନ ଗାଡି ରଖି କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କିନ୍ତୁ କୌଣସି ସମାଧାନ ନ ହେବାରୁ ଆଜି ବାଧ୍ୟ କଂଗ୍ରେସ ଦଳ ପକ୍ଷରୁ ବିନିକା ସହରକୁ ୧୧ ଘଣ୍ଟା ପାଇଁ ବନ୍ଦ କରାଯାଇଛି । ବିନିକା ସହରରେ ସମସ୍ତ ଦୋକାନ ବଜାର, ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ କରାଯାଇଥିବା ବେଳେ ସମସ୍ତ ସରକାରୀ କାର୍ୟ୍ୟାଳକୁ ବନ୍ଦ କରାଯାଇଛି  । ଏପରିକି ଗାଡି ମଟର ଚଳାଚଳକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି  । ଜରୁରୀ ସେବା କୁ ଏହି ବନ୍ଦ ରୁ ବାଦ ଦିଆଯାଇଛି ।