ପଞ୍ଜାବ ପରେ ରାଜସ୍ଥାନରେ ବଦଳିବେ କି ରାଜ୍ୟ କଂଗ୍ରେସର ଅଧ୍ୟକ୍ଷ । ଅଜୟ ମାକେନଙ୍କ ରି ଟ୍ୱିଟ୍ ପରେ ଚର୍ଚ୍ଚା ଜୋର

182

କନକ ବ୍ୟୁରୋ : ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ଭାବେ ନବଜୋତସିଂ ସିଦ୍ଧୁଙ୍କୁ ଦଳ ଚୟନ କରିବା ପରେ ଏବେ ରାଜସ୍ଥାନରେ ବଦଳି ପାରନ୍ତି କଂଗ୍ରେସ ଅଧ୍ୟକ୍ଷ । ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅଜୟ ମାକେନଙ୍କ ଏକ ରି ଟ୍ୱିଟ୍ ପରେ ଚର୍ଚ୍ଚା ଜୋର ଧରିଛି । କଂଗ୍ରେସ ଭିତରେ ଚର୍ଚ୍ଚା ଚାଲିଛି କି କଂଗ୍ରେସ ହାଇକମାଣ୍ଡ ବା ଗାନ୍ଧୀ ପରିବାର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ଉପରେ ସନ୍ତୋଷ୍ଟ ନାହାନ୍ତି । ଅଜୟ ମାକେନ ଏକ ଟ୍ୱିଟ୍ ଉପରେ ରି ଟ୍ୱିଟ୍ କରି ଲେଖିଥଲେ କି ରାଜସ୍ଥାନରେ କୌଣସି ବି କଂଗ୍ରେସ ନେତା ନିଜ ଦମରେ ଜିତି ନାହାନ୍ତି । ତାଙ୍କର ଏଭଳି ଟ୍ୱିଟ୍ ପରେ ସସ୍ପେନ୍ସ ବଢିଛି ।

କହିରଖୁ କି ୧୦ ଦିନ ପୂର୍ବରୁ ଅଜୟ ମାକେନ ଜୟପୁର ଆସିଥିଲେ । ସେ କହିଥିଲେ କି ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳ ବିସ୍ତାର ଓ ଦଳର କିଛି ପଦ ପଦବୀର ନବିକରଣ କରିବାକୁ ସେ ଆସିଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟଙ୍କ ସହ ବୈଠକ ପରେ ବି କିଛି ନିଷ୍ପତ୍ତି ହୋଇପାରି ନଥିଲା । ପାଇଲଟଙ୍କ ସମର୍ଥକଙ୍କୁ ମନ୍ତ୍ରୀ ମଣ୍ଡଳ ଓ ଦଳୀୟ ପଦବୀରେ ନିଯୁକ୍ତି ଦେବା ନେଇ ଏକ ଫର୍ମୁଲା ପ୍ରସ୍ତୁତ ହୋଇଥିଲା । ହେଲେ କୁହାଯାଇଛି କି ଗେହଲଟ୍ ପାଇଲଟଙ୍କ ସହ କ୍ଷମତାକୁ ନେଇ ଭାଗ କରିବାକୁ ପ୍ରସ୍ତୁତ ନଥିଲେ । ଏହାକୁ ନେଇ ନିରାଶ ହୋଇ ଫେରିଥିଲେ ଅଜୟ ମାକେନ ।

କୁହାଯାଇଛି କି ଗେହଲଟଙ୍କ ଏଭଳି ନିଷ୍ପତ୍ତି ଉପରେ କେବଳ ପ୍ରଭାରୀ ନୁହନ୍ତି ଦଳର ହାଇକମାଣ୍ଡ ବି ଖୁସି ନାହାନ୍ତି । ତେଣୁ ପଞ୍ଜାବ ଭଳି ରାଜସ୍ଥାନ କଂଗ୍ରେସର ବଡ ଧରଣର ଅଦଳ ବଦଳ ହୋଇପାରେ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ୨୦୦୩ ଓ ୨୦୧୩ ମସିହାରେ ରାଜସ୍ଥାନ କଂଗ୍ରେସ ଅଶୋକ ଗେହଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲେ ବି ସଫଳତା ପାଇବାରେ ଅକ୍ଷମ ହୋଇଥିଲେ ଗେହଲଟ୍ । ମାତ୍ର ୨୦୧୮ ମସିହାରେ ଯେତେବେଳେ ଦଳ ସଚ୍ଚିନ ପାଇଲଟଙ୍କ ନେତୃତ୍ୱରେ ନିର୍ବାଚନ ଲଢିଥିଲା ସେତେବେଳେ ବିଜୟ ସହ କ୍ଷମତା ହାସଲ କରିବାରେ ସକ୍ଷମ ହୋଇଥିଲା କଂଗ୍ରେସ ।