ଭାରତ ବନ୍ଦ ପାଇଁ କଂଗ୍ରେସ ଜାରି କଲା ହେଲ୍ପ ଲାଇନ୍ ନମ୍ବର ! ଅସୁବିଧାରେ ପଡିଲେ ଏହି ନମ୍ବରରେ ଫୋନ କରନ୍ତୁ, କଂଗ୍ରେସ କର୍ମୀ କରିବେ ସାହାଯ୍ୟ ।

51

ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେପି ସରକାର ବିରୋଧରେ କଂଗ୍ରେସର ଭାରତ ବନ୍ଦ ଡାକରା । ଆସନ୍ତା କାଲି ଓଡିଶାରେ ମଧ୍ୟ ଏହାର ବଡ ଧରଣର ପ୍ରଭାବ ପଡିବାର ସମ୍ଭାବନା ରହିଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ କରିବାକୁ ଯାଉଥିବା କଂଗ୍ରେସ କର୍ମୀ ମୁଖ୍ୟ ଛକ, ରାଜରାସ୍ତା, ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ପିକେଟିଂ କରିବେ । ପେଟ୍ରୋଲ ପମ୍ପ ଏବଂ ଦୋକାନ ବଜାରକୁ ସମ୍ପୁର୍ଣ୍ଣ ଭାବେ ବନ୍ଦ କରାଯିବ ।

ତେବେ ଆସନ୍ତାକାଲି କଂଗ୍ରେସର ବନ୍ଦ ଡାକରା ସମୟରେ ଯଦି କୌଣସି ବ୍ୟକ୍ତି ଅସୁବିଧାରେ ପଡନ୍ତି, ତେବେ କଂଗ୍ରେସ ପକ୍ଷରୁ ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । କାଲିର ବନ୍ଦ ଡାକରାକୁ ଦୃଷ୍ଟିରେ ରଖି କଂଗ୍ରେସ ତରଫରୁ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ତେବେ ଆସନ୍ତାକାଲି ବନ୍ଦ ପାଳନ ସମୟରେ ଯଦି କୌଣସି ବ୍ୟକ୍ତି ଆସୁବିଧାରେ ପଡନ୍ତି, ତାହେଲେ ସିଧାସଳଖ କଣ୍ଟ୍ରୋଲ ରୁମ୍ ନମ୍ବର ୭୦୦୮୪୦୬୪୮୮ କିମ୍ବା ୮୨୪୯୯୪୨୫୮୫ରେ କଲ୍ କରି ନିଜ ଅସୁବିଧା ସମ୍ପର୍କରେ ଜଣାଇପାରିବେ ।

କଂଗ୍ରେସ ତରଫରୁ ସେମାନଙ୍କର ଯିବାଆସିବା ପାଇଁ ସୁବିଧା ଯୋଗାଇ ଦିଆଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବିଶେଷ କରି ଯଦି ଏମରଜେନ୍ସି ଥାଏ, ଆଉ ବନ୍ଦ ପାଳନ ଯୋଗୁଁ କେହି ବିମାନବନ୍ଦର କିମ୍ବା ହସ୍ପିଟାଲକୁ ନଯାଇପାରନ୍ତି ତାହେଲେ ଏହି ନମ୍ବରକୁ ଯୋଗାଯୋଗ କଲେ କଂଗ୍ରେସ ପକ୍ଷରୁ ସୁବିଧା ଯୋଗାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।