କଂଗ୍ରେସ ସୁଦାନ ସଙ୍କଟ ଉପରେ ରାଜନୀତି କରିବାକୁ ପଛାଇନାହିଁ। ପିଡୀତ ପରିବାରକୁ ଉସକାଉଛନ୍ତି ଦଳର ନେତା: ପ୍ରଧାନମନ୍ତ୍ରୀ ମୋଦୀ

କଂଗ୍ରେସ ସୁଦାନ ସଙ୍କଟ ଉପରେ ରାଜନୀତି କରିବାକୁ ପଛାଇନାହିଁ। ପିଡୀତ ପରିବାରକୁ ଉସକାଉଛନ୍ତି ଦଳର ନେତା: ପ୍ରଧାନମନ୍ତ୍ରୀ ମୋଦୀ

କନକ ବ୍ୟୁରୋ: କର୍ଣ୍ଣାଟକରେ ବିଜେପି ନିର୍ବାଚନ ପ୍ରଚାର ଜୋରଦାର କରିଚାଲିଛି । ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ପ୍ରଚାରକୁ ଓହ୍ଲାଇ ଦଳ ପାଇଁ ବିଭିନ୍ନ ସ୍ଥାନରେ ରାଲି କରୁଛନ୍ତି । ମୋଦୀ ମଙ୍ଗଳବାର ସିନ୍ଦନୁରରେ ଏକ ରାଲିକୁ ସମ୍ବୋଧିତ କରିବା ସହ କଂଗ୍ରେସ ଏବଂ ଜେଡିୟୁ ଉପରେ ହମଲା କରିଛନ୍ତି । ମୋଦୀ କହିଛନ୍ତି ଉଭୟ ଦଳ ମିଳିମିଶି କର୍ଣ୍ଣାଟକକୁ ଲୁଟିବାର କାମ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କଂଗ୍ରେସ ସୁଦାନ ସଙ୍କଟ ଉପରେ ରାଜନୀତି କରିବାକୁ ପଛାଇନାହିଁ । ଦଳର ନେତାମାନେ ପିଡୀତ ପରିବାରକୁ ଉସକାଇବାର କାମ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କିଛି ଲୋକ ଦିଲ୍ଲୀରେ ବସି ଷଡଯନ୍ତ୍ର ରଚିଛନ୍ତି । ମେ ୧୦ର ଦିନ ଶୀଘ୍ର ପାଖେଇଆସୁଛି । ଆପଣଙ୍କ ଜୋସ ସ୍ପଷ୍ଟ କରୁଛି ଯେ କର୍ଣ୍ଣାଟକରେ ବିଜେପି ପୂର୍ଣ୍ଣ ବହୁମତର ସରକାର ଗଢିବ । ପ୍ରଧାନମନ୍ତ୍ରୀ କହିଛନ୍ତି ବିଜେପି ଏକମାତ୍ର ଦଳ ଯାହା ପାଖରେ ଆଗାମୀ ଦିନ ପାଇଁ ରୋଡ୍ ମ୍ୟାପ ରହିଛି । ବିଜେପି ରାଜ୍ୟକୁ ଏକ ଲକ୍ଷ୍ୟ ଆଉ ସଙ୍କଳ୍ପର ସହ ଦେଶର ନଂ ୧ ରାଜ୍ୟ କରିବାକୁ ଚାହୁଁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe