୭୫ ଆସନ ପାଇଁ ବିଧାନସଭା ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କେଉଁ ଆସନରୁ କିଏ ହେଲେ ପ୍ରାର୍ଥୀ?

722

କନକ ବ୍ୟୁରୋ: ଆଉ ୭୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଭଣ୍ଡାରୀପୋଖରୀରୁ ନିରଞ୍ଜନ ପଟ୍ଟନାୟକ, ଆନନ୍ଦପୁରରୁ ଜୟଦେବ ଜେନା, ବାଙ୍କୀ ଦେବାଶିଷ ପଟ୍ଟନାକ ଓ ବେଗୁନିଆରୁ ପୃଥୀବଲ୍ଲଭ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ପୂର୍ବରୁ କଂଗ୍ରେସ ୪୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିଲା । ଏବେ ମୋଟ ୧୨୨ ଆସନରେ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି । ସେହିପରି ମୋଟ ୧୭ ଲୋକସଭା ଆସନ ପାଇଁ ବି କଂଗ୍ରେସ ପ୍ରାର୍ଥୀ ଘୋଷଣା ସାରିଛି । ତେବେ ବାକି ଆସନ ପାଇଁ ଖୁବ ଶୀଘ୍ର କଂଗ୍ରେସ ପ୍ରାର୍ଥୀ ଘୋଷଣା କରିପାରେ ।