କନକ ବ୍ୟୁରୋ: ରାଜ୍ୟରେ ପ୍ରଥମେ ଟିକେଟ କସରତ ଆରମ୍ଭ କରିଥିଲା କଂଗ୍ରେସ । ପ୍ରଗମନ ଆପ ଜରିଆରେ ଆଶାୟୀଙ୍କ ଆବେଦନ କରିଥିଲା । ପ୍ରଭାରୀ ଅଜୟ କୁମାର ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତ ପାଇଁ ଘନ ଘନ ବୈଠକ ବସିଥିଲା । କୁହାଯାଉଥିଲା ଖୁବ ଶୀଘ୍ର ଦଳ ଘୋଷଣା କରିବ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ହେଲେ ଯେବେଠାରୁ ମେଂଟ ଚର୍ଚ୍ଚା ଆରମ୍ଭ ହୋଇଛି, ଚୁପ ହୋଇ ବସିଛି ଦଳ । ଏଆଇସିସି ୨ଟି ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିିଛି । ହେଲେ ସ୍ଥାନ ପାଇନାହିଁ ଓଡ଼ିଶା । ନା ଲୋକସଭା ପାଇଁ ନା’ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କରୁଛି ଦଳ । କୁହାଯାଉଛି, ମେଂଟ ହେଲେ ଅସନ୍ତୁଷ୍ଟ ନେତାଙ୍କୁ ଅପେକ୍ଷା କରିଛି କଂଗ୍ରେସ ।

Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ ପାଖାପାଖି ୭୦ ବିଧାନସଭା ଆସନ ପାଇଁ ଟିକେଟ ଘୋଷଣା କରିବ ବୋଲି ଇସାରା ଦେଇଥିଲା ପିସିସି । ପ୍ରଗମନ ଆପ୍ ଜରିଆରେ ଟିକେଟ୍ କସରତ ପ୍ରଥମେ ଆରମ୍ଭ କରିଥିଲା କଂଗ୍ରେସ । ମାର୍ଚ୍ଚ ମାସର ଦୁଇ ସପ୍ତାହ ଶେଷ ହେବାକୁ ବସିଲାଣି ହେଲେ ଦଳ ପକ୍ଷରୁ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରାଯାଇନାହିଁ । ବିଜେଡି-ବିଜେପି ମେଂଟ ଚର୍ଚ୍ଚା ଜୋର ଧରିବା ପରେ ଚୁପ ହୋଇ ବସିଛି କଂଗ୍ରେସ । କୁହାଯାଉଛି, ମେଂଟ ଘୋଷଣା ପରେ ଅସନ୍ତୁଷ୍ଟ ନେତାଙ୍କ ଉପରେ ରହିଛି ଦଳର ନଜର । ତେବେ ପିସିସି ସଭାପତି କହିଛନ୍ତି, ମେଂଟ ଚର୍ଚ୍ଚା ପୂର୍ବରୁ ମଧ୍ୟ ବିଜେଡି-ବିଜେପିର ଅନେକ ନେତା କଂଗ୍ରେସ ସହ ଯୋଗାଯୋଗରେ ରହିଛନ୍ତି ।

ମେଂଟ ହେଲେ କଂଗ୍ରେସକୁ ମିଳିବ କି ଫାଇଦା?
ଅସନ୍ତୁଷ୍ଟଙ୍କୁ ଟିକେଟ ଦେବ କି ଦଳ?

ଚର୍ଚ୍ଚା ହେଉଛି, ବିଜେଡି-ବିଜେଡି ମେଂଟ ହେଲେ ଦୁଇ ଦଳ ମଧ୍ୟରେ ଅସନ୍ତୁଷ୍ଟଙ୍କ ସଂଖ୍ୟା ବଢ଼ିବ । କାରଣ ଦୁଇ ଦଳର ଅନେକ ଆଶାୟୀଙ୍କ ଟିକେଟ କଟିବ । ତେଣୁ ଆକଳନ କରାଯାଉଛି, ମେଂଟ ହେଲେ କଂଗ୍ରେସକୁ ମିଳିପାରେ ଫାଇଦା

ରାଜ୍ୟ ରାଜନୀତିରେ ଏକମାତ୍ର ବିକଳ୍ପ ହେବ କଂଗ୍ରେସ
ଟିକେଟ ପାଇଁ କଂଗ୍ରେସରେ ଯୋଗ ଦେଇପାରନ୍ତି ଅସନ୍ତୁଷ୍ଟ
୨୦୨୪ ନିର୍ବାଚନ ଅଙ୍କ ବିଗାଡ଼ିପାରନ୍ତି ଅସନ୍ତୁଷ୍ଟ ନେତା
ମେଂଟ ହେଲେ ୧୦୦ ମେଂଟ ହେଲେ ଦଳକୁ ଫାଇଦା ମିଳିବ ବୋଲି ଆକଳନ କରୁଛି କଂଗ୍ରେସ ।