ଦଳ ଭିତରେ କନ୍ଦଳ ଥିଲେ ବି ଆମେ ସବୁ ଗୋଟିଏ ପରିବାରର । ୨୦୨୪ ରେ ଦଳ ରାଜ୍ୟରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ପ୍ରକାଶ ।

କଂଗ୍ରେସ ଭବନରେ ନୂତନ ଓଡିଶା ପ୍ରଭାରୀ ଏ.ଚେଲ୍ଲା କୁମାର

250

କନକ ବ୍ୟୁରୋ : କଂଗ୍ରେସ ଭବନରେ ନୂତନ ଓଡିଶା ପ୍ରଭାରୀ ଏ.ଚେଲ୍ଲା କୁମାର । ଆମ ଓଡିଶା ନାମରେ ଏକ ଅଭିଯାନ ଆରମ୍ଭ କରିଛି କଂଗ୍ରେସ । ଓଡିଶାରେ ହେବାକୁ ଥିବା ୨ ଟି ବିଧାନସଭା ଉପନିର୍ବାଚନ ସହ ଦଳର ସଂଗଠନକୁ ଦୃଢ ପାଇଁ ଓଡିଶାରେ ପହଂଚିଛନ୍ତି ନୂତନ ପ୍ରଭାରୀ । ସେ ଓଡିଶାରେ ପହଂଚିବା ପରେ ଆଜି ଦଳର ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ ଚାଲିଛି । ଏହି ବୈଠକରେ ରାଜ୍ୟରେ କଂଗ୍ରେସକୁ ଶକ୍ତିଶାଳୀ କରିବା । ବରିଷ୍ଠ ନେତା ମାନଙ୍କ ଭିତରେ ଥିବା ଅନ୍ତଃକନ୍ଦଳ ଉପରେ ଆଲୋଚନା କରିବା ଓ ଦଳକୁ ୨୦୨୪ ସାଧାରଣ ନିର୍ବାଚନରେ ସରକାର ଗଠନ କରିବା ଭଳି ସ୍ଥିତିରେ ପହଂଚାଇବାକୁ ଚେଲ୍ଲାକୁମାର ପ୍ରୟାସ ଆରମ୍ଭ କରିଛନ୍ତି । ସେ କଂଗ୍ରେସ ଭବନରେ ପହଂଚିବା ପରେ ଗଣମାଧ୍ୟମକୁ ତାଙ୍କର ପ୍ରତିକ୍ରିୟା ଦେଇ କହିଛନ୍ତି କି ବର୍ତ୍ତମାନ ଦଳର ସ୍ଥିତି ଯାହା ୨୦୨୪ ରେ ଦଳ ନିଶ୍ଚିନ୍ତ ଭାବେ କ୍ଷମତାକୁ ଫେରିବ । ଆମ ଦଳରରେ ଦକ୍ଷ ଓ ଉତ୍ସଗୀକୃତ ନେତା ଅଛନ୍ତି । ଏସବୁ ସତ୍ତ୍ୱେ ଆମେ କାହିଁକି ୨୧ ବର୍ଷ ଧରି ରାଜ୍ୟ ଶାସନରୁ ଦୂରେଇ ରହିଛୁ ତାହା ମିଲିୟନ ଡଲାରର ପ୍ରଶ୍ନ ବୋଲି ଚେଲ୍ଲା କୁମାର କହିଛନ୍ତି । ଏହା ସହ ଦଳକୁ ମଜଭୁତ୍ କରିବା ଓ ଭୋଟରଙ୍କର ପୂର୍ବ ଭରଷାକୁ ଫେରାଇ ଆଣିବାକୁ ତୃଣମୂଳ ସ୍ତରରେ ଦଳୀୟ କର୍ମୀ କିଭଳି ପହଂଚିବେ ତାହା ଉପରେ କାମ କରିବା ଦରକାର ବୋଲି ସେ କହିଛନ୍ତି । ସେପଟେ ଦଳୀୟ କନ୍ଦଳ ବାବଦରେ ଗଣମାଧ୍ୟମର ପ୍ରଶ୍ନରେ ଉତ୍ତର ଦେଇ ସେ କହିଛନ୍ତି କି ଦଳ ଓ ନେତାଙ୍କ ଭିତରେ ଭିନ୍ନ ମତ ରହିଛି ହେଲେ ସେମାନେ ସମସ୍ତେ କଂଗ୍ରେସ ପରିବାରର ଏକଥା ଯେମିତି ବିରୋଧୀ ମାନେ ଭୁଲି ନଯା’ନ୍ତି । ସେପଟେ ଉପନିର୍ବାଚନ ପାଇଁ ଚେଲ୍ଲାକୁମାର ଆଜି ପ୍ରାର୍ଥୀ ଚୟନ କରି ଘୋଷଣା କରିବେ ବୋଲି ସୂଚନା ମିଳିଛି ।