ନିର୍ବାଚନ ପୂର୍ବରୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ । ଗ୍ୟାରେଣ୍ଟି କାର୍ଡରେ ଅନୁସୂଚିତ ଜାତିବର୍ଗଙ୍କ ପାଇଁ ରହିଛି ଅନେକ ଯୋଜନା ।

74

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ କଂଗ୍ରେସର ଗ୍ୟାରେଣ୍ଟି କାର୍ଡ । ଗ୍ୟାରେଣ୍ଟି କାର୍ଡରେ ଅନୁସୂଚିତ ଜାତିବର୍ଗଙ୍କ ପାଇଁ ରହିଛି ଅନେକ ଯୋଜନା । କଂଗ୍ରେସ ସରକାରକୁ ଆସିଲେ, ଅନୁସୂଚିତ ଜାତିର ଲୋକମାନଙ୍କୁ ତ୍ୱରିତ ନ୍ୟାୟ ସହ ଅର୍ଥ ନିୟମକୁ କ୍ରିୟାଶୀଳ କରାଯାଇ ଋଣ ପ୍ରଦାନ କରାଯିବ ନେଇ କହିଛି ଦଳ । ଏହାସହ ୧୦୦ ଦିନ ଭିତରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ନାଁରେ ୫ ବର୍ଷରୁ ଅଧିକ ଦିନ ଧରି ପଡ଼ି ରହିଥିବା ସମସ୍ତ ଫୌଜଦାରୀ ମୋକଦ୍ଦମା ଓ ଜମିଜମା ମୋକଦ୍ଦମାକୁ ପ୍ରତ୍ୟାହାର କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଛି । ସେହିପରି ସମସ୍ତ ଆଦିବାସୀ ଗୋଷ୍ଠୀ ଓ ପରିବାରକୁ ଜଙ୍ଗଲ, ଜମି ଅଧିକାର ପ୍ରଦାନ କରାଯିବା ବୋଲି କହିଛି ଦଳ । ଏହାସହ ଭୂମିହୀନଙ୍କୁ ଭୂମି ଓ ବାସଗୃହ ଦେବା ନେଇ ଗ୍ୟାରେଣ୍ଟି ଦେଇଛି କଂଗ୍ରେସ ।