କନକ ବ୍ୟୁରୋ : ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଂଗ୍ରେସର ସମର୍ଥନ । ଓଡିଶା ପ୍ରତି ତାଙ୍କର ଅନେକ ଅବଦାନ ରହିଛି । ଶାସକ ଦଳର ନେତା ମନ୍ତ୍ରୀ ଖଣ୍ଡପଡା ବିଧାୟକଙ୍କୁ ସମାଲୋଚନା କରିବା ପରେ ବିରୋଧୀ କଂଗ୍ରେସ ଏପରି କହି ବିଜେଡିକୁ କାଉଂଟର କରିଛି । କଂଗ୍ରେସ ସୌମ୍ୟରଞ୍ଜନଙ୍କୁ ହିମାଳୟ ପର୍ବତ ସହ ତୁଳନା କରିଛି । ଯେଉଁମାନେ ସମାଲୋଚନା କରୁଛନ୍ତି ସେମାନେ ନିଜକୁ ଥରେ ଅନୁଶୀଳନ କରନ୍ତୁ ବୋଲି କଂଗ୍ରେସ ନେତା ଆର୍ଯ୍ୟ ଜ୍ଞାନେନ୍ଦ୍ର କହିଛନ୍ତି ।

Advertisment

ହରେକୃଷ୍ଣ ମହତାବ ଦଳରେ ଥାଇ ସମ୍ପାଦକୀୟ ଲେଖି ସମାଲୋଚନା କରୁଥିଲେ । ଏଥିରେ କୌଣସି ଅସୁବିଧା ନାହିଁ । ସୌମ୍ୟ ଜଣେ ଜ୍ଞାନୀ ଗୁଣି ବ୍ୟକ୍ତି । ତାଙ୍କର ନିଜସ୍ୱ ବିଚାର ଅଛି କହି ସୌମ୍ୟଙ୍କ ସମର୍ଥନରେ ବାହାରିଛି କଂଗ୍ରେସ । ଏଥିସହ ଶାସକ ଦଳ ଯେଉଁଭଳି ଫାଇଭ ଟି ସଚିବଙ୍କ ସମର୍ଥନରେ ବାହାରୁଛି ତାକୁ ସମାଲୋଚନା କରିଛି କଂଗ୍ରେସ । ରାଜ୍ୟରେ ଜିଲ୍ଲାପାଳ, ଏଡିଏମ ରହିଛନ୍ତି । ହେଲେ ଲୋକଙ୍କ ଦୁଃଖ ସୁଖ ବୁଝିବାକୁ କେବଳ କ'ଣ ଜଣେ ସଚିବ ରହିଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ ।