କନକ ବ୍ୟୁରୋ : କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବରିଷ୍ଠ ନେତା ଗୁଲାମନବୀ ଆଜାଦ ଖୁବଶୀଘ୍ର ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଏନେଇ ସେ ଜାମ୍ମୁ-କାଶ୍ମୀରର ବାରାମୂଲା ଠାରେ ଏକ ରାଲିକୁ ସମ୍ବୋଧିତ କରି କହିଛନ୍ତି କି ଆଗାମୀ ୧୦ ଦିନ ମଧ୍ୟରେ ସେ ନୂଆ ରାଜନୈତିକ ପାର୍ଟିର ଘୋଷଣା କରିବେ । ଏହାସହ ସେ ଜମ୍ମୁ-କାଶ୍ମୀର ବାବଦରେ କହିଛନ୍ତି କି ଏଠାରେ ଅନେକ ବିନାଶକାରୀ ଘଟଣା ଘଟୁଛି । ଆକ୍ରମଣକାରୀମାନେ କାଶ୍ମୀରକୁ ଧ୍ୱଂସ କରିଦେଇଥିବା କଥା ସେ କହିଛନ୍ତି ।

Advertisment

ଗୁଲାମନବୀ ଆଜାଦ କହିଛନ୍ତି କି, ମୋଗଲମାନେ ୮୦୦ ବର୍ଷ ଧରି ଜାମ୍ମୁ-କାଶ୍ମୀରକୁ ଶାସନ କଲେ । ଏହାପରେ ଇଂଗ୍ରେଜମାନେ ୩୦୦ ବର୍ଷ ଧରି ଶାସନ କଲେ ହେଲେ ଜାମ୍ମୁ-କାଶ୍ମୀରର ପରିସ୍ଥିତି ଯେଭଳି ଥିଲା ସେହିଭଳି ରହିଛି । ଏମାନେ କେବଳ ଜାମ୍ମୁ-କାଶ୍ମୀରକୁ ଲୁଟିଛନ୍ତି ।

ସେପଟେ ଗୁଲାମନବୀ କଂଗ୍ରେସରୁ ଇସ୍ତଫା ଦେବା ପରେ ୩୦୦ ରୁ ଅଧିକ ପ୍ରତିନିଧିମଣ୍ଡଳକୁ ଭେଟିଛନ୍ତି । ଶନିବାର ସକାଳେ ସେ ଡୋଡା ପହଂଚିବା ପରେ ସେଠାରେ ତାଙ୍କ ସମର୍ଥକଙ୍କ ଦ୍ୱାରା ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ସେ ଏଠାରେ ଲୋକମାନଙ୍କୁ ଭରଶା ଦେଇଥିଲେ କି ସେ ଜାମ୍ମୁ-କାଶ୍ମୀର ଲୋକମାନଙ୍କ ସମସ୍ୟାକୁ ନେଇ ସ୍ୱର ଉତ୍ତୋଳନ କରିବେ ।