କନକ ବ୍ୟୁରୋ: ପୁରୀ ରାଜଭବନରେ ଏଏସଓଙ୍କୁ ମାଡ଼ ଘଟଣାରେ କାର୍ୟ୍ୟାନୁଷ୍ଠାନ ଦାବି କରି କଂଗ୍ରେସର ବିରୋଧ ପ୍ରଦର୍ଶନ । ଘଟଣାର ସପ୍ତାହେ ପରେ ବି କାର୍ୟ୍ୟାନୁଷ୍ଠାନ ନିଆଯାଉନଥିବାରୁ ରାଜଭବନ ଆଗରେ ଧାରଣା ଦେଇଛି ଛାତ୍ର କଂଗ୍ରେସ । ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେବା ଦାବିରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରୁଛନ୍ତି । ବିବାଦ ବଢିବା ପରେ ରାଜ୍ୟପାଳ ମାଡ ଖାଇଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କ ସହ ଆଲୋଚନା କରି କାର୍ୟ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଘଟଣାରେ ସଂପୃକ୍ତ ଅ ଅଭିଯୁକ୍ତଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କିଛି ସୂଚନା ମିଳିନାହିଁ । ଅନ୍ୟପଟେ କାଲି ରାଜ୍ୟ ସରକାର ମାଡ ଖାଇଥିବା ଏଏସଓ ବୈକୁଣ୍ଠନାଥ ପ୍ରଧାନଙ୍କୁ ଗୃହ ବିଭାଗକୁ ବଦଳି କରି ଦେଇଛନ୍ତି ।
ରାଜଭବନ ଘେରିଲା କଂଗ୍ରେସ ; ଏଏସଓଙ୍କୁ ମାଡ ଘଟଣାରେ ଛାତ୍ର କଂଗ୍ରେସର ବିରୋଧ ପ୍ରଦର୍ଶନ
/kanak/media/post_attachments/wp-content/uploads/2024/07/8-13.jpg)