ପୋଲିସ କମିଶନରଙ୍କ କାର୍ଯ୍ୟାଳୟ ଘେରିଲା କଂଗ୍ରେସ । ତେଜିଲା ବିଜେପି କର୍ମୀଙ୍କୁ ଗିରଫ ଦାବି

761

କନକ ବ୍ୟୁରୋ: ପୋଲିସ କମିଶନରଙ୍କ କାର୍ୟ୍ୟାଳୟ ଘେରିଲା କଂଗ୍ରେସ । ବିଜେପି କର୍ମୀଙ୍କ ଗିରଫ ଦାବିରେ କଂଗ୍ରେସ ଏପରି ପ୍ରତିବାଦ କରିଛି । ନିକଟରେ ରାଜଧାନୀ ସ୍ଥିତ କଂଗ୍ରେସ ଭବନରେ ବିଜେପି ଯୁବମୋର୍ଚ୍ଚା ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ବିଜେପି କର୍ମୀମାନେ କଂଗ୍ରେସ ଭବନ ଆଗରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ପୋଷ୍ଟରରେ ଗୋବର ମାଡ଼ କରିଥିଲେ । ପରେ ଉଭୟଙ୍କ ପକ୍ଷରୁ ଟେକା ପଥର ମାଡ ହୋଇଥିଲା । ଫଳରେ ଉଭୟ ପକ୍ଷରୁ ଏକାଧିକ ଲୋକ ଆହତ ହୋଇଥିଲେ । ତେବେ ଏ ନେଇ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା । ଏବେଶୁଦ୍ଧା ଏହି ମାମଲାରେ ପୋଲିସ କାହା ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ।

କଂଗ୍ରେସର ଅଭିଯୋଗ କାହିଁକି ଏଯାଏଁ ବିଜେପି କର୍ମୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଯାହାର ପ୍ରତିବାଦରେ ଶତାଧିକ କଂଗ୍ରେସ କର୍ମୀ ପୋଲିସ କମିଶନର କାର୍ୟ୍ୟାଳୟ ଘେରାଉ କରିଛନ୍ତି । ୬ ପ୍ଲାଟୁନ ଫୋର୍ସ,୪ ଜଣ ଏସିପି,୩ ଜଣ ଆଇଆଇସି,ଜଣେ ଅତିରିକ୍ତ ଡିସିପି ସୁରକ୍ଷା ପାଇଁ ନିଯୁକ୍ତ ହୋଇଛନ୍ତି।