ପଞ୍ଜାବ କଂଗ୍ରେସକୁ ଆଉ ଏକ ଝଟକା । ବିଜେପିରେ ସାମିଲ ହେଲେ କଂଗ୍ରେସ ସାଂସଦ ପରନୀତ କୌର

145

କନକ ବ୍ୟୁରୋ : ଲୋକସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ଥିବା ବେଳେ ପଞ୍ଜାବ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପରନୀତ କୌର ଆଜି ବିଜେପିରେ ସାମିଲ ହୋଇଛନ୍ତି । ପଟିଆଲା ସାଂସଦ ପରନୀତ କୌର ପ୍ରଥମେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ଅନୁମାନ କରାଯାଉଥିଲା କି ସେ ବିଜେପିରେ ସାମିଲ ହୋଇପାରନ୍ତି ।

ପରନୀତ କୌର ପଞ୍ଜାବର ପଟିଆଲା ଲୋକସଭା ଆସନରୁ ୪ଥର ସାଂସଦ ଭାବେ ବିଜୟୀ ହୋଇଛନ୍ତି । ଆଜି ସେ ବିଜେପିରେ ଯୋଗ ଦେବା ପରେ କହିଛନ୍ତି କି, ଗତ ୨୫ ବର୍ଷ ହେବ ସେ ଲୋକତନ୍ତ୍ର ପାଇଁ କାମ କରୁଥିଲେ, ଏବେ ଦେଶର ଯୁବଗୋଷ୍ଠୀଙ୍କ ଭବିଷ୍ୟତ ପାଇଁ କାମ କରିବାକୁ ସେ ବିଜେପିରେ ଯୋଗ ଦେଇଥିବା କଥା କହିଛନ୍ତି ।

ପରନୀତ କୌର କହିଛନ୍ତି କି, ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟ ଦେଖି ଓ ବିକଶିତ ଭାରତ ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି ସେଥିରେ ସେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି । ସେ କହିଛନ୍ତି କି, ମୋଦୀଜୀଙ୍କ ନେତୃତ୍ୱରେ ଆମେ ଆମର ପିଲା ଓ ଦେଶକୁ ସୁରକ୍ଷିତ ରଖାଯାଇପାରିବ । ସେପଟେ ଅନୁମାନ କରାଯାଉଛି କି, ବିଜେପି ପରନୀତ କୌରଙ୍କୁ ସେହି ପଟିଆଲା ଆସନରୁ ପ୍ରାର୍ଥୀ କରିପାରେ ।