କଂଗ୍ରେସର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା : କେରଳରୁ ୧୨, ଉତ୍ତର ପ୍ରଦେଶର ୭, ଛତିଶଗଡ ୫, ଅରୁଣାଚଳ ପ୍ରଦେଶର ୨ ଓ ଆଣ୍ଡାମାନ ନିକୋବରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା

123

ଲୋକସଭା ନିର୍ବାଚନ ୨୦୧୯ ପାଇଁ କଂଗ୍ରେସ ଜାରି କରିଛି ଚତୁର୍ଥ ପ୍ରାର୍ଥୀ ତାଲିକା । ଏହି ସୂଚୀରେ ୪ଟି ରାଜ୍ୟଗୁଡିକର ୨୭ଟି ଲୋକସଭା ସିଟ୍ ଉପରେ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏମଧ୍ୟରେ ୭ଟି ସିଟ୍ ଉତ୍ତର ପ୍ରଦେଶର । ଶନିବାର ବିଳମି୍ୱତ ରାତିରେ ଏହି ତାଲିକା ଘୋଷଣା କରିଛି କଂଗ୍ରେସ । ଏହି ତାଲିକା ମଧ୍ୟରେ କେରଳର ୧୨ଟି, ଉତ୍ତର ପ୍ରଦେଶର ୭ଟି , ଛତିଶଗଡର ୫ଟି, ଅରୁଣାଚଳ ପ୍ରଦେଶର ୨ଟି ଏବଂ ଆଣ୍ଡାମାନ ନିକୋବରର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନବମ ତୁକୀଙ୍କୁ ଅରୁଣାଚଳ ପଶ୍ଚିମ ଏବଂ ଶଶୀ ଥରୁରଙ୍କୁ ଥିରୁଅନନ୍ତପୁରମ ଆସନରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ଏହା ପୂର୍ବରୁ କଂଗ୍ରେସ ମୋଟ୍ ୫୪ ପ୍ରାର୍ଥୀଙ୍କ ତାଲିକା ଜାରି କରିଥିଲା । ଯାହା ମଧ୍ୟରେ ସୋନିଆ ଗାନ୍ଧୀ ଓ ରୁହଲ ଗାନ୍ଧୀଙ୍କ ନାମ ସାମିଲ ରହିଥିଲା । ପ୍ରଥମ ତାଲିକାରେ ୧୫, ଦ୍ୱିତୀୟ ତାଲିକାରେ ୨୧, ତୃତୀୟ ତାଲିକାରେ ୧୮ ପ୍ରାର୍ଥୀଙ୍କ ନାମ ତାଲିକା ଘୋଷଣା କରିଥିଲା । ବର୍ତ୍ତମାନ ସୁଦ୍ଧା ଉତ୍ତର ପ୍ରଦେଶର ମୋଟ୍ ୩୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।