କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ ଏତଲା ଦେଇଛି କର୍ଣ୍ଣାଟକ କଂଗ୍ରେସ । ରାଜ୍ୟ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ଶାହାଙ୍କ ବିରୋଧରେ ବେଙ୍ଗାଲୁରର ହାଇ ଗ୍ରାଉଣ୍ଡ ଥାନାରେ ଏତଲା ଦେଇଛନ୍ତି । ଉସୁକାଇବା ଭଳି ଭାଷଣ, ଶତ୍ରୁତା ବଢାଇବା, ଘୃଣା ଭାଷଣ ନେଇ ଥାନାରେ ଅଭିଯୋଗ କରିଛନ୍ତି । ଯଦି କଂଗ୍ରେସ ସରକାରକୁ ଆସେ, ତେବେ ସାମ୍ପ୍ରଦାୟିକ ଦଙ୍ଗା ହେବ ବୋଲି କହିଥିଲେ । ତେବେ କିପରି ଶାହା ଏପରି କହିପାରୁଛନ୍ତି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏନେଇ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିବେ ବୋଲି କହିଛନ୍ତି କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ । ନିକଟକରେ କର୍ଣ୍ଣାଟକର ଏକ ରାଲିରେ ଶାହ ଭୋଟରଙ୍କୁ ସତର୍କ କରି କହିଥିଲେ ଯେ କଂଗ୍ରେସ ଯଦି କ୍ଷମତାକୁ ଆସିବ, ତେବେ ରାଜ୍ୟରେ ଦଙ୍ଗା ହେବ ।