କଂଗ୍ରେସରୁ ୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି

Advertisment
କଂଗ୍ରେସରୁ ବିଦା ହେବା ପରେ ସୁରଙ୍କ ପ୍ରତିକ୍ରିୟା । କହିଲେ- ମୁଁ ମଲା ଯାଏଁ କଂଗ୍ରେସରେ ରହିବି...

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ବଡ ହଲଚଲ । କଂଗ୍ରେସକୁ ନେଇ ବର୍ତ୍ତମାନ ସମୟର ସବୁଠୁ ବଡ ଖବର । ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ ।

ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କଲା ଦଳ । ତେବେ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଲେ କିଛି ଆପତ୍ତି ନାହିଁ । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରରେ ରହିବି । ସେ ବହିଷ୍କୃତ କରନ୍ତୁ କି ନାହିଁ । ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବି କିଛି ନବୁଝି କାର୍ଯ୍ୟାନୁଷ୍ଠାନ ନିଆଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe