ଟିକେଟ ପାଇଁ କଂଗ୍ରେସର କସରତ: ଅନଲାଇନରେ ପ୍ରାର୍ଥୀ ବାଛିବ ଦଳ

75

କନକ ବ୍ୟୁରୋ: ସାଧାରଣ ଲୋକେ ପାଇବେ କଂଗ୍ରେସ ଟିକେଟ । ୱେବସାଇଟରେ ଆବେଦନ କଲା ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ । ଭୁବନେଶ୍ୱରରେ ଦେଶରେ ପ୍ରଥମ ଥର ଲାଗି ଏଭଳି ୱେବସାଇଟ ଆରମ୍ଭ କରିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । କଂଗ୍ରେସ ଟିକେଟ ବଂଟନକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଲାଗି ଏଭଳି ପଦକ୍ଷେପ ନେଇଛି ଦଳ ।

ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଟିକେଟ ପାଇଁ କସରତ ଆରମ୍ଭ କରିଛନ୍ତି ରାଜନୈତିକ ଦଳ । ଅଜୟ କୁମାର ଓଡିଶା କଂଗ୍ରେସ ପ୍ରଭାରୀ ହେବା ପରେ ଏଥିପାଇଁ କଂଗ୍ରେସ ଆକ୍ସନମୋଡକୁ ଆସିଛି । ପ୍ରାର୍ଥୀ ଚୟନ ଲାଗି ଦେଶରେ ପ୍ରଥମ ଥର ଲାଗି ଅନଲାଇନ ଆବେଦନ ଭଳି ପ୍ରକ୍ରିୟାକୁ ଆପଣେଇଛି କଂଗ୍ରେସ । ୧୧ ଫେବୃଆରୀ ଯାଏଁ ଆଶାୟୀମାନେ ଙ୍ଗଙ୍ଗଙ୍ଗ.କ୍ଟ୍ରକ୍ସବଶବଜ୍ଞବଦ୍ଭ.ସଦ୍ଭ ୱେବସାଇଟରେ ଆବଦେନ କରିପାରିବେ । ଆଉ ଯୋଗ୍ୟ ପ୍ରାର୍ଥୀଙ୍କୁ ଚଳିତ ନିର୍ବାଚନରେ ଟିକେଟ ଦେବ କଂଗ୍ରେସ । ୱେବସାଇଟକୁ ଭୁବନେଶ୍ୱରରେ ଲଂଚ କରିଛନ୍ତି ପ୍ରଭାରୀ ଅଜୟ କୁମାର ।

ସାଧାରଣ ଲୋକଙ୍କୁ ବି ମିଳିବ ଟିକେଟ?
ସ୍ୱଚ୍ଛ ଓ ପାରଦର୍ଶୀ ହେବ ଟିକେଟ ବଂଟନ

ପୂର୍ବ ନିର୍ବାଚନଗୁଡିକରେ କଂଗ୍ରେସ ଟିକେଟ ବିକୁଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି । ଏବେ ଟିକେଟ ବାଂଟିବା ପାଇଁ କଂଗ୍ରେସ ପ୍ରଥମ ଥର ଲାଗି ଏଭଳି ପ୍ରୟାସ ଆରମ୍ଭ କରିଛି କଂଗ୍ରେସ ।

-ସାଧାରଣ ଓ ବରିଷ୍ଠ ଲୋକଙ୍କୁ ଟିକେଟ ମିଳିପାରିବ
-ଟେକ୍ନୋଲଜି ଓ ଡାଟା ଆଧାରରେ ହେବ ପ୍ରାର୍ଥୀ ଚୟନ
-ପ୍ରାର୍ଥୀ ଚୟନ ସ୍ୱଚ୍ଛ ହେବ, ସୁପାରିଶର ଆବଶ୍ୟକ ହେବନି
-ନେତୃତ୍ୱ ନେବାର ସୁଯୋଗ ମିଳିବ

ଅନଲାଇନରେ ଆବେଦନ ପାଇଁ କଂଗ୍ରେସର ଏଭଳି ଉଦ୍ୟମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତମାନ ରବିବାରଠାରୁ ହିଁ ସାଧାରଣ ଲୋକ କଂଗ୍ରେସ ପ୍ରାର୍ଥୀ ହେବା ପାଇଁ ଅନଲାଇନରେ ଆବେଦନ କରିପାରିବେ । ଅଜୟ କୁମାରଙ୍କ ପରେ ମଙ୍ଗଳବାରଠାରୁ ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟଯାତ୍ରାରେ ଓଡିଶା ଆସୁଛନ୍ତି । ଏହା ପରେ କଂଗ୍ରେସ କର୍ମୀଙ୍କ ଉତ୍ସାହ ଆହୁରି ବଢିବ ବୋଲି ଆଶା କରାଯାଉଛି ।