କନକ ବ୍ୟୁରୋ: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର । କଂଗ୍ରେସ ଅଧ୍ୟ କ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ପୂବ ର୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନୀ ଇସ୍ତାହାର ଜାରି କରିବେ । ଦିଲ୍ଲୀ ସ୍ଥିତି ଏଆଇସିସି କାର୍ଯ୍ୟାଳୟରେ ଦିନ ସାଢେ ୧୧ଟାରେ କଂଗ୍ରେସ ମେନିଫେଷ୍ଟୋ ଜାରି କରିବେ ଖଡଗେ ଓ ରାହୁଲ ଗାନ୍ଧୀ । ଏହି ଘୋଷଣା ପତ୍ରରେ କଂଗ୍ରେସ ବିଭିନ୍ନ ଗାରେଣ୍ଟିି ସାମିଲ କରିଛି । ବିଶେଷ କରି ମହିଳା ଯୁବ ବର୍ଗ, ଚାଷୀ, ଶ୍ରମିକଙ୍କୁ ଗୁରୁତ୍ୱ ଦିଆଯାଇ ପ୍ରସ୍ତୁତ କରାଯାଇଛି । ଦଳର ଇସ୍ତାହାରରେ ୫ ନ୍ୟାୟ ଓ ୨୫ ଗ୍ୟରେଣ୍ଟିକୁ ସାମିଲ କରାଯାଇଥିବା ସୂଚନା ମିଳିଛି ।

Advertisment

ଲୋକଙ୍କ ଭବିଷ୍ୟତ ପରିବର୍ତ୍ତନ କରିବାର ପ୍ରତିଶ୍ରୁତି ନେଇ ଆସୁଛି କଂଗ୍ରେସର ନିର୍ବାଚନୀ ଇସ୍ତାହାର । କଂଗ୍ରେସ ଇସ୍ତାହାର ଜାରି କରି ଦେଶବାସୀଙ୍କ ଆଗରେ କଣ ପ୍ରତିଶ୍ରୁତି ରଖିବ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ବିଶେଷ କରି ମହିଳାଙ୍କ ସୁରକ୍ଷା ସହ ଘର ଖର୍ଚ୍ଚ ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ବାଳିିକା ଶିକ୍ଷା, ଚାଷୀଙ୍କୁ ଏମଏସପି ମିଳିବା ସହ ଅଗ୍ନିବୀର ଯୋଜନା ବନ୍ଦ କରିବା, ୪୫୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ବସରେ ମାଗଣା ଯାତ୍ରା, ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ଭଳି ପ୍ରତିଶ୍ରୁତି ଦେବ ଦଳ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଗତ ବୁଧବାର ପୂର୍ବ ଦିଲ୍ଲୀ ଲୋକସଭା କ୍ଷେତ୍ରରେ ଘର ଘର ଗ୍ୟାରେଣ୍ଟି ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଜରିଆରେ କଂଗ୍ରେସ କର୍ମୀ କିଛି ସପ୍ତାହରେ ସାରା ଭାରତରେ ୮ କୋଟି ପରିବାରକୁ ଗ୍ୟାରେଣ୍ଟି କାର୍ଡ ବଣ୍ଟନ କରିବେ ବୋଲି ସୂଚନା ମିଳିଛି ।