ମମିତା ମୃତ୍ୟୁ ମାମଲା : SIT ତଦନ୍ତ ଦାବି କଲେ ନରସିଂହ ମିଶ୍ର । ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

106

କନକ ବ୍ୟୁରୋ : ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମୃତ୍ୟୁ ମାମଲା ନେଇ ଜୋର ଧରିଲାଣି ରାଜନୀତି । ଚାରିଆରେ ବିକ୍ଷୋବର ସ୍ୱର । କେଲେଜ ଛାତ୍ରଛାତ୍ରୀଙ୍କଠୁ ଆରମ୍ଭ କରି ରାଜନୈତିକ ଦଳମାନେ ରାସ୍ତାକୁ ଓହ୍ଲାଇଛନ୍ତି । କଳାହାଣ୍ଡି, ବଲାଙ୍ଗୀର, ପୁରୀ ଏବଂ ଭୁବନେଶ୍ୱର ଚାରିଆଡେ ବିରୋଧର ସ୍ୱର ଉଠିଛି । ଆଉ ଏହାରି ଭିତରେ ଏସଆଇଟି ତଦନ୍ତ ଦାବି କରିଛନ୍ତି କଂଗ୍ରେସ ଦଳ ନେତା ନରସିଂହ ମିଶ୍ର ।
କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଏହି ମାମଲାର ଏସଆଇଟି ତଦନ୍ତ ଦାବି କରିଛନ୍ତି । ଏହା ସହ ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟସଂକର ମିଶ୍ରଙ୍କ ଇସ୍ତଫା ଦାବି କରିଛନ୍ତି । ମମିତା ମୃତ୍ୟୁ ମାମଲାରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ଯଦି ଗୃହ ରାଷ୍ଟ୍ରମନ୍ତ୍ରୀ ପରେ ନିର୍ଦ୍ଦୋଶ ସାବ୍ୟସ୍ତ ହୁଅନ୍ତି ତେବେ ପୁଣି ମନ୍ତ୍ରୀ ପଦକୁ ଫେରି ପାରିବେ । କିନ୍ତୁ ବର୍ତ୍ତମାନ ମନ୍ତ୍ରୀ ଦିବ୍ୟସଂକର ମିଶ୍ର ଇସ୍ତଫା ଦିଅନ୍ତୁ ।
ସେପଟେ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଯେଉଁ ପର୍ଯ୍ୟନ୍ତ ଦିବ୍ୟସଂକର ମିଶ୍ର ମନ୍ତ୍ରୀ ପଦରେ ଅଛନ୍ତି, ସେପର୍ଯ୍ୟନ୍ତ ତଦନ୍ତ ବାଟବଣା ହେବ । ତେଣୁ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଦିବ୍ୟସଂକର ।