ଉପ ନିର୍ବାଚନରେ ଉଠି ପାରିଲାନି ହାତ । ବାଲେଶ୍ୱର, ତିର୍ତ୍ତୋଲରେ ହଜିଗଲା କଂଗ୍ରେସ । ଦୁଇଟି ସ୍ଥାନରେ ଦୟନୀୟ ସ୍ଥିତି ।

471

କନକ ବ୍ୟୁରୋ: ଉପ ନିର୍ବାଚନରେ ଉଠିପାରିଲାନି ହାତ । ବାଲେଶ୍ୱର, ତିର୍ତ୍ତୋଲରେ ହଜିଗଲା ହାତ, ସତ୍ତା ହରାଇଲା କଂଗ୍ରେସ । ଦୁଇଟି ସ୍ଥାନରେ ଆରମ୍ଭରୁ କଇଁଛ ଗତିରେ ଆଗେଇ ଶେଷରେ ପରାଜୟ ସ୍ୱୀକାର କରିଛି କଂଗ୍ରେସ । ଗଣତିରେ ବେସ୍ ଆଗକୁ ଯାଇପାରି ନଥିବା କଂଗ୍ରେସ ନିର୍ବାଚନ ପାଇଁ ପ୍ରଚାରକୁ ବେଶ ଜୋରଦାର କରିଥିଲା । ଉଭୟ ବାଲେଶ୍ୱର ଓ ତିର୍ତୋଲରେ ବେଶ ଉତ୍ସାହର ସହ ପ୍ରଚାର ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ସ୍ୱାଭାବିକ ଭାବେ ଦେଶର ସବୁଠାରୁ ପୁରୁଣା ଦଳ ଭାବେ ପ୍ରାର୍ଥୀମାନେ ମଧ୍ୟ ମୁକାବିଲା ପାଇଁ ତୟାର ହେଉଥିଲେ ।

ନିରାଶ କଲା କଂଗ୍ରେସର ପ୍ରଦର୍ଶନ । କରିପାରିଲା ନାହିଁ ମୁକାବିଲା ୧୨୩ ବର୍ଷର ଏହି ବିରାଟ ରାଜନୈତିକ ସଂଗଠନ କାହିଁକି ଭୋଟରଙ୍କୁ ଆକର୍ଷିତ କରିପାରୁ ନାହିଁ ସେ ନେଇ ଦଳୀୟନେତାମାନେ ମଧ୍ୟ ଚିନ୍ତାରେ ଅଛନ୍ତି । ଉଭୟ ବାଲେଶ୍ୱର ସଦର ଓ ତିର୍ତୋଲ ଆସନରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ଠାରୁ ବହୁ ପଛରେ ରହିଛି କଂଗ୍ରେସ । ଦଳର ଏଭଳି ଦୁର୍ବଳ ପ୍ରଦର୍ଶନ ଆତ୍ମସମୀକ୍ଷା ଆବଶ୍ୟକ କରୁଛି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଉଛି ।