କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ବିଜେପି, ବିଜେଡି ପରେ ମୈଦାନକୁ ସିପାହୀ ଛାଡିଲା ହାତ । ବାଲେଶ୍ୱରରୁ ମମତା କୁଣ୍ଡୁ, ତିର୍ତ୍ତୋଲରୁ ନୂଆ ଚେହେରା।

696

କନକ ବ୍ୟୁରୋ: ବିଜେପି, ବିଜେଡି ପରେ କଂଗ୍ରେସ କଲା ପ୍ରାର୍ଥୀ ଘୋଷଣା । ୨ଟି ଆସନରେ ଉପ ନିର୍ବାଚନ ପାଇଁ ଘୋଷଣା କଲା ପ୍ରାର୍ଥୀଙ୍କ ନାଁ । ବାଲେଶ୍ୱର ସଦର ଆସନ ପାଇଁ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ହେଲେ ସମାଜସେବୀ ମମତା କୁଣ୍ଡୁ । ମମତାଙ୍କୁ ଟିକେଟ ଦେଇ ତାଙ୍କ ନାଁରେ ମୋହର ମାରିଛି କଂଗ୍ରେସ ।

ସେହିପରି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ନୂଆ ଚେହେରାକୁ ସାମ୍ନାକୁ ଆଣିଛି କଂଗ୍ରେସ । ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । ରାଜନୀତିର ସମ୍ପୂର୍ଣ୍ଣ ଫ୍ରେସର ହେଉଛନ୍ତି ହିମାଂଶୁ । ତେବେ ତିର୍ତ୍ତୋଲରେ ବିଜେପି, ବିଜେଡିକୁ ଟକ୍କର ଦେବାକୁ ହିମାଂଶୁଙ୍କୁ ସିପାହୀ କରିଛି ହାତ ।

ତେବେ ଦୁଇଟି ଆସନରେ ଉପ ନିର୍ବାଚନ ପାଇଁ ଗତକାଲି ବିଜେପି ପ୍ରାର୍ଥୀ ଘୋଷଣା କରିଥିଲା । ପୂର୍ବତନ ବିଧାୟ ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ ମାନସ ଦତ୍ତଙ୍କୁ ପ୍ରାର୍ଥୀ କରିଛି । ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ଭାବେ ରାଜକିଶୋର ବେହେରାଙ୍କ ନାଁରେ ମୋହର ମାରିଛି ବିଜେପି ।

ଅନ୍ୟପଟେ ଆଜି ଶଙ୍ଖ ତାର ସିପାହୀଙ୍କ ନାଁ ସାମ୍ନାକୁ ଆଣିଛି । ବାଲେଶ୍ୱର ବ୍ୟାଟେଲ ପାଇଁ ବିଜେଡିର ସରପ୍ରାଇଜ ଫେସ୍ ସ୍ୱରୁପ ଦାଶଙ୍କୁ ଟିକେଟ ମିଳିଥିବା ବେଳେ ତିର୍ତ୍ତୋଲ ପାଇଁ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳ ପ୍ରାର୍ଥୀ କରିଛି । ଆଉ ଏବେ କଂଗ୍ରେସ ବିଜେପି, ବିଜେଡିକୁ ଚେକ ଦେବାକୁ କୁରୁକ୍ଷେତ୍ରକୁ ୨ ଯୋଦ୍ଧାଙ୍କୁ ଓହ୍ଲାଇଛି ।