କନକ ବ୍ୟୁରୋ: ଆସିଲା କଂଗ୍ରେସ ପ୍ରାର୍ଥୀ ତାଲିକା । ତୃତୀୟ ଚତୁର୍ଥ ପର୍ଯ୍ୟାୟ ପାଇଁ ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ତେବେ ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ସମ୍ବଲପୁର ଲୋକସଭା ପାଇଁ ଶରତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି ଦଳ । ସହିଭଳି ସମ୍ବଲପୁର ବିଧାନସଭା କ୍ଷେତ୍ର ପାଇଁ ଚର୍ଚ୍ଚିତ ଚେହେରା ଡ଼କ୍ଟର ଅଶ୍ୱିନୀ ପୁଜାରୀ, ଘସିପୁରା ବିଧାନସଭା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଏଆଇସିସି ଏହି ଆସନକୁ ନିରଞ୍ଜନଙ୍କ ନାଁରେ ବିଧିବଦ୍ଧଭାବେ ମୋହର ମାରିଛନ୍ତି ।
କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା । ୯ଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ଘଷିପୁରାରୁ ନିରଞ୍ଜନ, ସମ୍ବଲପୁରରୁ ଅଶ୍ୱିନୀ ପୂଜାରୀଙ୍କୁ ମୈଦାନକୁ ଓହ୍ଲାଇଲା ଦଳ #ElectionWithKanakNews#Election2019#Odisha#Politics#Congresspic.twitter.com/CfUEPKOLmI
— Kanak News (@kanak_news) April 3, 2019
ସେହିଭଳି କଟକ-ଚୌଦାର ଜଗଦିଶ ମହାନ୍ତି, କଟକ-ସଦର ପାଇଁ ଅଭିଷେକ ମହାନନ୍ଦ, ଜୟଦେବ ନିର୍ବାଚନମଣ୍ଡଳୀ ପାଇଁ ସୁକାନ୍ତ ତିଆଡ଼ି ଭୋଇ, ଭୁବନେଶ୍ୱର ଉତ୍ତର ପାଇଁ ଯୁବ ନେତା ଇତିସ୍ ପ୍ରଧାନ, ଭୁବନେଶ୍ୱର (ମଧ୍ୟ) ପାଇଁ ରାଜୀବ ପଟ୍ଟନାୟକ, ବେଗୁନିଆରୁ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ ଟିକେଟ୍ ପାଇଥିଲେ ମଧ୍ୟ ନିର୍ବାଚନ ଲଢ଼ିବାକୁ ମନାକରିବାରୁ ପୃଥ୍ୱୀଙ୍କ ବଦଳରେ ପ୍ରଦୀପ ସାହୁଙ୍କୁ ଟିକେଟ୍ ଦେଇଛି କଂଗ୍ରେସ ଓ ଚିଲିକା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ପ୍ରଦୀପ ସ୍ୱାଇଁଙ୍କୁ ଟିକେଟ୍ ଦେଇଛି ।