ଆସନ୍ତାକାଲି ଭାରତ ବନ୍ଦ ଡାକରାକୁ କଂଗ୍ରେସର ସମର୍ଥନ । ବନ୍ଦକୁ ସଫଳ କରିବାକୁ ଅପିଲ କଲେ ନିରଞ୍ଜନ ।

299

କନକ ବ୍ୟୁରୋ : ଆସନ୍ତାକାଲି ବିଭିନ୍ନ ଚାଷୀ ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ରାଜ୍ୟ କଂଗ୍ରେସର ସମର୍ଥନ । ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଭାରତ ବନ୍ଦକୁ କଂଗ୍ରେସର ସମର୍ଥନ ଥିବା ଦର୍ଶାଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ଚାଷୀଙ୍କ ସମସ୍ୟାକୁ ନେଇ ଉଭୟ ଚାଷୀ ଓ ଶ୍ରମିକ ସଙ୍ଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି । ଓଡ଼ିଶାରେ ପ୍ରତିଟି ଜିଲ୍ଲାରେ କଂଗ୍ରେସ ଦଳ ପକ୍ଷରୁ ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦିଆଯିବ ବୋଲି କହିଛନ୍ତି ନିରଞ୍ଜନ । ଏଥିପାଇଁ ସମସ୍ତ ଜିଲ୍ଲା ସଭାପତି ମାନଙ୍କୁ ସହଯୋଗ କରିବାକୁ ଅପିଲ କରିଛନ୍ତି ନିରଞ୍ଜନ । ଏହା ଦେଶର ସମସ୍ୟା, ଚାଷୀଙ୍କର ସମସ୍ୟା । ତେଣୁ କେନ୍ଦ୍ର ଯେଉଁ ୩ କଳା କୃଷି ଆଇନ ଆଣିଛନ୍ତି ତାହା ବିରୋଧରେ ଡକାଯାଇଥିବା ଏହି ବନ୍ଦକୁ ସଫଳ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ନିରଞ୍ଜନ ।