ଉପନିର୍ବାଚନ ପାଇଁ  କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । 

Advertisment
ଉପନିର୍ବାଚନ ପାଇଁ  କଂଗ୍ରେସ ଘୋଷଣା କଲା ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ବାଲେଶ୍ୱର ସଦର ଓ ତିର୍ତ୍ତୋଲରେ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । 

କନକ ବ୍ୟୁରୋ : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । କଂଗ୍ରେସ ପ୍ରଭାରୀ ଏ ଚେଲ୍ଲା କୁମାରଙ୍କ ସହ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ପୂର୍ବତନ ସାଂସଦ ଭକ୍ତ ଦାସ, ପ୍ରଦୀପ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ, ଶରତ ରାଉତ, ରାଗିଣୀ ନାୟକ, ସୁସ୍ମିତା ଦେବ, ସୁଶୀଳା ତିରିଆ, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ସୁର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ, ଗଣେଶ୍ୱର ବେହେରା ଭଳି ତୁଙ୍ଗ ନେତାଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରାଯାଇଛି ।

ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ଆସନରେ କଂଗ୍ରେସକୁ ବିଜୟ ଭେଟି ଦେବା ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ନିରଞ୍ଜନଙ୍କ ଟିମ୍ । ସବୁଠୁ ବଡ କଥା ହେଉଛି ଉଭୟ ଆସନରେ କଂଗ୍ରେସରେ ସେଭଳି ଅସନ୍ତୋଷ ଦେଖିବାକୁ ମିଳିନଥିବା ବେଳେ ଭୋଟରଙ୍କ ପାଖରେ ପହଞ୍ଚି ସାରିଲେଣି ପ୍ରାର୍ଥୀ । ତିର୍ତ୍ତୋଲରୁ ହିମାଂଶୁ ଭୂଷଣ ମଲ୍ଲିକ ଓ ବାଲେଶ୍ୱର ସଦର ଆସନରୁ ମମତା କୁଣ୍ଡୁଙ୍କୁ ଦଳ ପ୍ରାର୍ଥୀ କରିଛି । ବାଲେଶ୍ୱର ଆସନରେ ବାଜି ମାରିବାକୁ ଦଳ ଖେଳିଛି ମହିଳା କାର୍ଡ । ଏସବୁ ଭିତରେ ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ଆସନ୍ତା ୩ ତାରିଖରେ ଉଭୟ ଆସନରେ ଭୋଟ ଗ୍ରହଣ ହେବ । ସେହିପରି ୧୦ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe