କନକ ବ୍ୟୁରୋ : ୯ ବିଧାନସଭା ଓ ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ। ଯାଜପୁର ଲୋକସଭା ଆସନ ପାଇଁ ଦଳ ମାନସ ଜେନାଙ୍କୁ ପ୍ରାର୍ଥୀ କରିଥିବା ବେଳେ କଟକରୁ ପଞ୍ଚାନନ କାନୁନଗୋଙ୍କୁ ମୈଦାନକୁ ଓହ୍ଲାଇଛି ଦଳ।
ସେହିଭଳି ୯ ବିଧାନସଭା ଆସନରୁ ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି। ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପୁଣିଥରେ ମୈଦାନକୁଓହ୍ଲାଇଛି ଦଳ। ପାରାଦୀପରୁ ଅରିନ୍ଦମ ସର୍ଖେଲ, ବଡମ୍ବାରୁ ବବି ମହାନ୍ତିଙ୍କୁ ପ୍ରାର୍ଥୀ କରିଛି ଦଳ।